ହାତୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ମହିଳା,ମହିଳା ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ମଣଦା ଫାଣ୍ଡି ଅନ୍ତର୍ଗତ ମୂଷାମାରୀ ଗାଁ ନିକଟ ପଣ୍ଡୁଗୁଣ୍ଡି ଜଙ୍ଗଲକୁ ସନ୍ତୋଷ ମହାନ୍ତି ସ୍ତ୍ରୀ ସୁବାଷିନୀ ମହାନ୍ତ (୪୮) ଏବଂ ଆଉ ଜଣେ ମହିଳା କାଠ ଆଣିବାକୁ ଯାଇଥିଲେ ।ପରେ ସଂଧ୍ୟା ସମୟରେ ଘରକୁ ଫେରୁଥିବା ସମୟରେ ହାତୀ ସାମ୍ନାରେ ପଡ଼ି ଯାଇଥିଲେ ।ହାତୀ ଟି ଶୁଭାଷିନୀକୁ ଆକ୍ରମଣ କରିଥିବା ବେଳେ ଗାଁ କୁ ଦୌଡ଼ି ପଳାଇଥିଲେ ଗାଁ ବାଲାକୁ ଖବର ଦେଇଥିଲେ ।ହାତୀ ଆକ୍ରମଣ କରି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଛାଡ଼ି ପଳାଇଥିଲା । ମହିଳାଙ୍କ ଚେତା ହରେଇଥିଲେ ।ପରେ ଗାଁ ଲୋକେ ମହିଳାଙ୍କୁ ଉଦ୍ଧାର କରି ମଣଦା ଓ ବିଶୋଇ ବନ ବିଭାଗ କର୍ମଚାରୀ ଅଜିତ୍ ପଟ୍ଟନାୟକ ଏବଂ କମଳେନ୍ଦୁ ପ୍ରସାଦ ମହାନ୍ତଙ୍କ ସହିତ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଏଠାରେ ରାଇରଙ୍ଗପୁର ବନଖଣ୍ଡ କର୍ମଚାରୀ ସତ୍ୟବ୍ରତ ପଟ୍ଟନାୟକ ମଧ୍ୟ ସହାୟତା କରିଥିଲେ । ମହିଳାଙ୍କ ଡାହାଣ ଗୋଡଟାକୁ ଚୂନା ହୋଇଯାଇଛି ,ଅଣ୍ଟାରେ ମାଡ଼ ହୋଇଛି ।ଅଳ୍ପକେ ମହିଳା ବର୍ତ୍ତି ଯାଇଛନ୍ତି । ପରିସ୍ଥିତି ଗୁରୁତର ଯୋଗୁଁ ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି ।ଶୁଭାଷିନିର ସମସ୍ତ ଚିକିତ୍ସା ଖର୍ଚ୍ଚ ଏବଂ ସରକାରୀ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । କିନ୍ତୁ ହାତୀ ଆକ୍ରମଣ ପୁଣ୍ଡୁଗୁଣ୍ଡି ଜଙ୍ଗଲ ବିଶୋଇ ରେଞ୍ଜ ରେ ନା ମଣଦା ରେଞ୍ଜ ରେ ଘଟିଛି ତାହା ତଦନ୍ତ ଚାଲିଛି ।ବନ ବିଭାଗ ପକ୍ଷରୁ ପିଡିତାଙ୍କୁ ସମସ୍ତ ସହାୟତା କରାଯିବ ବୋଲି ବନ ବିଭାଗ କର୍ମଚାରୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ