ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ଦାବିରେ କ୍ୟାଣ୍ଡଲ ଶୋଭାଯାତ୍ରା

ହାଟଡିହି, (୩ /୧୦-): ଉତ୍ତର ପ୍ରଦେଶ ହାଥରସ ଠାରେ ମନିଷାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମାନଙ୍କୁ କଠୋରରୁ କଠୋରତ୍ତମ ଦଣ୍ଡ ଦେବା ଦାବିରେ ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୈଳବାଳା ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ଏହି ମହମବତୀ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତିରାଜୀବ ନାୟକ, ଉମାକାନ୍ତ ପଣ୍ଡା, ଅଜୟ ନାୟକ, ତପନ ରାଉତ, ଶିବ ଶଙ୍କର ବିଶ୍ୱାଳ, ସରୋଜ ପରିଡା, ସତୀଶ ନାୟକ, ସନ୍ତୋଷ ପଣ୍ଡା, ସତ୍ୟବ୍ରତ ନାଗବଂଶୀ, ପ୍ରଦୀପ ନାୟକ, ଶ୍ରୀମନ୍ତ ନାୟକ, ସୁକୁମାର ନାୟକ, ସରୋଜ ନାୟକ, ଜ୍ୟୋତି ରଞ୍ଜନ ସୁଆର, ବାପୁଜୀ ସୁଆର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ