ହିଞ୍ଜିଳିକାଟୁରେ ରାଜସ୍ୱ ମେଳାରେ ୪୩୧ ହିତାଧିକାରୀ ଗ୍ରାମକଣ୍ଟକ ପଟ୍ଟା ପାଇଲେ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକ ମୋହନାପଲ୍ଲୀ ଗ୍ରାମରେ ଶୁକ୍ରବାର ରାଜସ୍ୱ ମେଳା ଅନୁଷ୍ଠିତ ହୋଇଛି। ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଛତ୍ରପୁର ଦେବବ୍ରତ ମହନ୍ତ, ଓଡ଼ିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପ୍ରଧାନ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ଯୋଜନା ବୋର୍ଡ଼ ବିଶେଷଜ୍ଞ ସଦସ୍ୟ ଏନ.ରଘୁନାଥ,ବିଡ଼ିଓ ସୁବ୍ରତ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟ ଏ.ସୁଦର୍ଶନ , ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା, ଦାରୁଭଦ୍ରା ସରପଞ୍ଚ ବିକାଶ ସେଠି ପ୍ରମୁଖଙ୍କ ସମେତ ସଭ୍ୟ ପ୍ରଶାନ୍ତ କୁମାର ସାହୁ ଏବଂ ବହୁ ସରପଞ୍ଚ ଉପସ୍ଥିତ ଥିଲେ।ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାୟକ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ,ଆନ୍ତରିକତା ଓ ଉତ୍ତମ ସଦିଛା ଫଳରେ ବହୁ ବର୍ଷ ଧରି ଯେଉଁମାନେ ଗ୍ରାମକଣ୍ଠ ଓ ଘରବାରି ପଟ୍ଟା ଖଣ୍ଡିଏ ହାସଲ କରିବା ପାଇଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଏବେ ସମ୍ଭବ ହୋଇ ପାରିଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।ତହସିଲଦାରଙ୍କ ତ୍ୱରିତ ପଦକ୍ଷେପକୁ ମଧ୍ୟ ସେମାନେ ଉଚ୍ଚପ୍ରଶଂସା କରିଥିଲେ। ପରେ ଅତିଥିଗଣ ମୋହନା ପଲ୍ଲୀର ୧୪୩,ଶିକୁଳିପଲ୍ଲୀର ୧୦୪ ଏବଂ ଅନ୍ୟାନ୍ୟ ଗ୍ରାମର ମୋଟ ୪୩୧ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଓ ଘରବାରି ପଟ୍ଟା ବଣ୍ଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ସୁରଜ ବେହେରା ନାୟକ, ସୁପରଭାଇଜର ରତ୍ନାକର ସ୍ୱାଇଁ,ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସାହୁ,ସନ୍ଦୀପ କୁମାର ଦାଶ,ସୁରେନ୍ଦ୍ର ବେହେରା,ଅରବିନ୍ଦ ଦାସ,କୃଷ୍ଣଚନ୍ଦ୍ର ଯାନୀ,ଗୋବିନ୍ଦ ଚନ୍ଦ୍ର ବ୍ରହ୍ମା,ସଞ୍ଜୟ ବିଷୋୟୀ,ଗୌତମ ରାଉତ,ସଂଘମିତ୍ରା ନାୟକ, ବଳରାମ ସ୍ୱାଇଁ, ନୀଳମଣି ମହାନ୍ତି,ପ୍ରଦୀପ କୁମାର ପାତ୍ର, ସୁବ୍ରତ ସାହୁ, ଜିତେନ୍ଦ୍ର ସାହୁ, ବିଳାସ ନାହାକ ଓ ରାମଚନ୍ଦ୍ର ନାୟକ ପ୍ରମୁଖ ରାଜସ୍ୱ ନିରୀକ୍ଷକ ସହଯୋଗ କରିଥିଲେ।


