ବିଜୁ କନ୍ୟାରତ୍ନ ଓ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ  ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ହିଞ୍ଜିଳିକାଟୁ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ବିଜୁ କନ୍ୟାରତ୍ନ ଯୋଜନା ଅନୁଷ୍ଠିତ ହୋଇଛି l ସିଡିପିଓ  ଗାଙ୍ଗୀ ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ଅଧ୍ୟକ୍ଷ ଡି. ବିଶ୍ବନାଥ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ, ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଟାସ୍କ ଫୋର୍ସ କମିଟି  ସଦସ୍ୟ ଏ. ବିଶ୍ୱନାଥ, ଓଡିଶା ଜୀବିକା ମିଶନ ବିପିଏମ କଳ୍ପତରୁ ବେହେରା, ମିଶନ ଶକ୍ତି ବିପିସି ଫନି ଭୂଷଣ ବେହେରା,ଏବିଇଓ ଜଗଦେଶ୍ବରୀ ସାହୁ, ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ପୂର୍ବତନ ସଦସ୍ୟ ତଥା ତାଲିମଦାତା  ଦ ହରିହର ପାଢୀ, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା ପ୍ରମୁଖ ମଞ୍ଚାସିନ ଥିଲେ l ସାମଜରେ କନ୍ୟା ରତ୍ନ ଉପରେ ଗୁରୁତ୍ୱ ଦେବା, ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୃଷ୍ଟିକର ଖାଦ୍ୟ,ପରିଷ୍କାର ପରିଛନ୍ନତା ଉପରେ ଗୁରୁତ୍ୱ ଦେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ।  ଚାଳିତ ଡିସେମ୍ବର ମାସରେ ପୁଅ ତୁଳନାରେ ଝିଅ ସଂଖ୍ୟା କମିଛି l ଏହା ଆଗାମୀ ମାସରେ କିଭଳି ଅଧିକ କନ୍ୟା ସନ୍ତାନ ଜନ୍ମ ଉପରେ ଗୁରୁତ୍ୱ ଦେବାକୁ ଅତିଥି ମାନେ ମତ ରଖିଥିଲେ l ଏଥି ସହିତ ସିଡିପିଓ ଦ୍ୱାରା ହିଞ୍ଜିଳିକାଟୁ ଅଞ୍ଚଳର ୨ଗୋଟି କନ୍ୟା ସନ୍ତାନର ଜନନୀଙ୍କୁ  ମୋ ଗେଲ୍ଲା ଝିଅ ସମ୍ମାନରେ  ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ଅଞ୍ଚଳ ପରିଦର୍ଶିକା ମମତା ପଣ୍ଡା, ବି ଉମା କୁମାରୀ ପାତ୍ର, ସାରଦା ଶତପଥି ପ୍ରମୁଖ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ  ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନଓ୍ବାଡି କର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀର ବହୁ ମହିଳା ସଦସ୍ୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ