ହିଞ୍ଜିଳିକାଟୁ ପୌରାଂଚଳ : ୨୬ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଓଡ଼ିଶା ସରକାରଙ୍କ ସହରାଂଚଳ ଜାଗା ମିଶନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଗ୍ୟ୍‌ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ସ୍ଥାନୀୟ ପୌରାଂଚଳର ୨୬ ଜଣ ଗରିବ ଓ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପରିଧାନକୁ ଗୁରୁତ୍ୱ ପ୍ରଦାନ କରିବା ସହ ହିଞ୍ଜିଳିକାଟୁ ପୌରାଂଚଳକୁ ରାଜ୍ୟର ସର୍ବଶ୍ରେଷ୍ଠ ପୌରାଂଚଳ ଭାବେ ଗଢି ତୋଳିବା ସକାଶେ ସହରବାସୀଙ୍କ ସହଯୋଗ କାମନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଜନ୍ମେଜୟ ସାହୁ, ବିଡ଼ିଓ ପ୍ରସନ କୁମାର ପାତ୍ର, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ଯୁବ ବିଜେଡ଼ି ସଭାପତି ସଂଜୟ କୁମାର ପଣ୍ଡା, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡ଼ି ନେତା ସରୋଜ କୁମାର ପଣ୍ଡା, ଶରତ ସାବତ, ଯୁଧିଷ୍ଟିର ସ୍ୱାଇଁ, କାହ୍ନୁ ଚୌଧୁରୀ, ମାନସ ବେହେରା, କୃଷ୍ଣ ସାହୁ, କିରଣ ପଟ୍ଟନାୟକ ପ୍ରମୁଖ ମଂଚାସିନ ଥିଲେ । ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ବିବେକାନନ୍ଦ ମହାପାତ୍ର, ମୋହନ ଆଚାରୀ, ଅଶ୍ୱିନି ନାୟକ, ଇ. କିଶାନ କୁମାର ପାତ୍ରଙ୍କ ସମେତ ପୌର ପରାିଷଦର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ