ବିଜୁ ଜନତା ଦଳ ତରଫରୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବ୍ରହ୍ମପୁର,( ରାଜେଶ କୁମାର ପଟ୍ଟନାୟକ): ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ମହାନଗର ନିଗମ ୩୭ ନମ୍ବର ୱାର୍ଡ ଶିଳ୍ପାଞ୍ଚଳ ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୫ ତମ ଜନ୍ମ ଦିବସ ଉଦେଶ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଠାରୁ ଆଉ କେଉଁ ଦାନ ବଡ଼ ନୁହେଁ | ତେଣୁ କୁହାଯାଉଛି ରକ୍ତଦାନ ମହତ ଦାନ । କରୋନା ମହାମାରୀ ଯୋଗୁଁ ଘଟିଥିବା ଲକଡାଉନ ସମୟରେ ଯେମିତି ରକ୍ତର ଅଭାବ ନହେଉ ଏବଂ ରକ୍ତର ଅଭାବ ଯୋଗୁଁ କାହାର ଜୀବନ ଯେମିତି ନଯାଉ ଏହି ମହାନ ଚିନ୍ତାଧାରା ନେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୭ ନମ୍ବର ୱାର୍ଡ ବିଜୁ ଜନତା ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଜୀବନ ବିନ୍ଦୁ ଭଳି ଏକ ମହାନିୟ କାର୍ଯ୍ୟ କରିଛନ୍ତି । ଆଜିର ଏହି ରକ୍ତଦାନ ଶିବିରକୁ ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଉଦଘାଟନ କରି ରକ୍ତଦାନ କରୁଥିବା ଯୁବକମାନଙ୍କୁ ଉତ୍ସାହିତ କରିଛନ୍ତି ତତ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆଦେଶ ଅନୁସାରେ ଜନସଚେତନା କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ମାସ୍କ ଓ ସାନିଟାଇଜର ବାଣ୍ଟି ଜନସାଧାରଣଙ୍କୁ କରୋନାକୁ ନେଇ ସଚେତନ କରିଥିଲେ । ଏହି ରକ୍ତଦାନକାର୍ଯ୍ୟକ୍ରମରେ ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସହ ରଙ୍ଗେଈଲୁଣ୍ଡା ବ୍ଲକ ଅଧକ୍ଷା ସି.ଏଚ ଉଷା ଦେବି, ଉପଧାକ୍ଷ ଅଜିତ କୁମାର ଦାସ, ବିଜୁ ଜନତା ଦଳ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ,ଓଡିଶା ମୋ ପରିବାର ର ସମ୍ପାଦକ ସୁବାଷ ମହାରଣା, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ଓଡିଶା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଏନ.ଧନଞ୍ଜୟ ରାଓ, ମହାନଗର ସଭାପତି ବିଜୟ ସାମଲ, ଦିଲେଶ୍ଵର ରେଡ୍ଡୀ,ଦୂନା ଫକୀର, ପ୍ରତାପ ମିଶ୍ର,ପ୍ରଦୀପ କୁମାର ନାୟକ, ବଦ୍ରି ମିଶ୍ର, ରାଜେଶ କୁମାର ପଟ୍ଟନାୟକ,ଟୁଟୁ ପାଢ଼ୀ, ଅଭିରାମ ପ୍ରଧାନ, କାର୍ତ୍ତିକ ମଣ୍ଡଳ, ସୁନୀଲ ମଣ୍ଡଳ, ଗଣେଶ ଚୌଧୁରୀ, ସିମାଞ୍ଚଳ ବେହେରା, ଅରୁଣ କୁମାର ସାହୁ, ସଞ୍ଜୟ ଜେନା, ଗୀତାଞ୍ଜଳି ମହାରଣା ଏବଂ ବହୁ ବିଜୁ ଜନତା ଦଳ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ