ହିଞ୍ଜିଳିକାଟୁ ବଢୁଛି ସ୍ଥାନୀୟ ସଂକ୍ରମଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବିଶ୍ୱ ମହମାରୀ କରୋନା ସମଗ୍ର ଗଞ୍ଜାମ ଜିଲ୍ଲାକୁ କବଳିତ କରିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ପ୍ରକାରେ ସୋମାବାର ସ୍ଥାନୀୟ ଅଂଚଳରୁ ୩୧ ପଜିଟିଭ ଚିହ୍ନଟ ହୋଇଥବା ବେଳେ ମଙ୍ଗଳବାର ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଯୁଦ୍ଧରେ ଜିକିବାକୁ ହେଲେ ଅଧିକ ସଚେତନ ଓ ସର୍ତକତାର ସହ ରହିବାର ଆବଶ୍ୟକତା ରହିଛି । କୋଭିଡ଼ ନିୟମ ପାଳନ ତଥା ସାମାଜିକ ଦୂରତ୍ୱ ରକ୍ଷା କଲେ କରୋନା ଭୁତାଣୁ ସଂକ୍ରମଣକୁ ରେକାଯାଇ ପାରିବ ବୋଲି ତହସିଲଦାର ଗୋପିନାଥ କୁଅଁର କହିଛନ୍ତି । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଉଦ୍ଦ୍ୟେଶରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ପୌରାଂଚଳର ବିଭିନ୍ନ ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥ ଓ ୩୬ ନଂ ରାଜ୍ୟ ରାଜପଥର ମୂଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ଅବଶିଷ୍ଟ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ୯ଟି ପଂଚାୟତକୁ କଂଟେନମେଂଟ ଓ ୩ ପଂଚାୟତକୁ ବଫଜୋନ ଭାବେ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମୁତାବକ ୯ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୫ ଦିନ ସକାଶେ ସମ୍ପୁର୍ଣ୍ଣ ସଟଡ଼ାଉନ ଘୋଷଣା କରାଯାଇଥିଲା । ହେଲେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସହରରେ କଂଟେଂନମେଂଟ ବଳବତର ରହିବ ବୋଲି ତହସିଲଦାର କୁଅଁର ଘୋଷଣା କରିଥିଲେ । ସଟଡ଼ାଉନ ପରି କଂଟେନମେଂଟ ଜୋନରେ ଔଷଧ ଦୋକାନକୁ ବାଦ ଦେଇ ସମସ୍ତ ଦୋକାନ ବଜାର , ବ୍ୟବସାୟିକ ପ୍ରତିଷ୍ଠାନ , ଗାଡ଼ି ଚଳାଚଳ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ପୌରାଂଚଳବାସୀଙ୍କୁ ପନିପରିବା ଯୋଗାଇ ଦେବା ସକାଶେ ୩୬ ଜଣ ବ୍ୟବସାୟୀଙ୍କୁ ଘରକୁ ଘର ବୁଲି ପରିବା ବିକ୍ରି କରିବା ଲାଗି ଅନୁମତି ପ୍ରଦାନ କରାଯାଇଥିବା ବେଳେ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଯୋଗଇ ଦେବା ଲାଗି ପୌର ପ୍ରଶାସନ ପକ୍ଷରୁ ଟୋଲ ଫ୍ରୀ ନମ୍ବର ଉଲ୍ଲେଖ କରାଯାଇଛି । କିଛି ଅମାନିଆ ବିନା କାରଣରେ ମୋଟର ସାଇକେଲ ଯୋଗେ ସହର ସାରା ଚକ୍କର କାଟୁଥିବାରୁ ଗୋଷ୍ଠୀ ସଂକ୍ରମଣ ଭୟ ବଢିବାରେ ଲାଗିଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ୫ଟି ସ୍ୱତନ୍ତ ଟିମ ଗଠନ କରାଯାଇ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସହରର ୨ ପ୍ରବେଶ ପଥକୁ ସିଲ୍ କରାଯାଇ ଯାଂଚ ପ୍ରକ୍ରିୟା କଡ଼ାକଡ଼ି କରାଯାଉଛି । ଚିକିତ୍ସା ଓ ଜରୁରୀ କାର୍ଯ୍ୟରେ ଯାତାୟତ କରୁଥିବା ବ୍ୟକ୍ତିଙ୍କୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ବାରଣ କରାଯିବା ସହ ଜୋରିମାନା ଆଦାୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ