ହିଞ୍ଜିଳିରେ କୋଭିଡ଼ ଯୋଦ୍ଧାଙ୍କ ସକାଶେ ନିରବ ପ୍ରାର୍ଥନା ଓ ଶପଥ ପାଠ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି । ଦୈନିକ ସଂକ୍ରମଣ ହାର ବିଶ୍ୱରେ ଭାରତ ଦେଶରେ ସର୍ବାଧିକ ସଂକ୍ରମିତ ରହିଛି । ଓଡ଼ିଶା ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିଛି । କୋଭିଡ଼ ଯୁଦ୍ଧରେ ଯେଉଁମାନେ ସଂଗ୍ରାମ ଜାରି ରଖିଛନ୍ତି ତାହା ସମସ୍ତଙ୍କ ପାଇଁ ମହତ୍ୱପୁର୍ଣ୍ଣ ଘଟଣା ।ସମସ୍ତଙ୍କ ସହଯୋଗରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ରାଜ୍ୟରେ ଅଧିକ ଜୀବନ ରକ୍ଷା ହୋଇପାରିଛି । ଦେଶର ମୃତ୍ୟୁହାର ତୁଳନାରେ ଓଡ଼ିଶାରେ ସବୁଠାରୁ କମ୍ ମୃତ୍ୟୁ ଘଟିଛି । ଯାହାକି ମାତ୍ର .୫୭% ଅଟେ । କରୋନା ସଂଗ୍ରାମରେ କୋଭିଡ଼ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା, ନିଷ୍ଟା ଓ ଅହର୍ନିଶ ସେବା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ସେମାନଙ୍କ ମଧ୍ୟରୁ ବହୁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି । କୋଭିଡ଼ ଯୋଦ୍‌ଧା ମାନଙ୍କର ମାନବ ଜାତି ପାଇଁ ଏହି ସର୍ବୋଚ ତ୍ୟାଗକୁ ପୁନଃ ସ୍ମରଣ କରିବା ପାଇଁ ରାଜ୍ୟ ସରକାର ବୁଧବାର ସନ୍ଧ୍ୟା ୬ଟାରେ ୧ମିନଟ ସକାଶେ ନିରବ ପ୍ରାର୍ଥନା କରିବା ସହ ୮ଟି ସୁତ୍ରୀର ଶପଥ ଗ୍ରହଣ ସକାଶେ ରାଜ୍ୟର ସାଢେ ୪କୋଟି ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ସମସ୍ତ ପୁଲିସ ବାହୀନି ଥାନା ପରିସରରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦ୍ୟେଶରେ ୧ମିନଟ ନିରବ ପ୍ରାର୍ଥନା କରିବା ସହ ୮ଟି ସୁତ୍ରୀର ଶପଥ ପାଠ କରାଇଥିଲେ । ସେହପରି ବ୍ଳକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ତତ୍ୱାବଧାନରେ ୭ଜଣ କୋଭିଡ଼ ଯୋଦ୍ଧାଙ୍କ ତୈଳଚ୍ଚିତ୍ରରେ ପୁଷ୍ପାମଳ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜଳନ ପୂର୍ବକ ସେମାନଙ୍କ ନିଷ୍ଠାପର ଦାୟିତ୍ୱ ଏବଂ ଉର୍ତ୍ସଗୀକୃତ ସେବା ପାଇଁ ବଳିଦାନ ପ୍ରତି ସମ୍ମାନ ପ୍ରଦର୍ଶନ କରି ବିଭାଗୀୟ ଅଧିକାରୀ , ଜନପ୍ରତିନିଧିକର୍ମଚାରୀ ଓ କୋଭିଡ଼ ମୁକାବିଲା କ୍ଷେତ୍ରରେ ନିୟୋଜିତ ଥିବା ଶିକ୍ଷକ, ସ୍ୱାସ୍ଥ୍ୟ ବିଭାଗ ସାମୁହିକ ଭାବେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନୁରୂପ ଭାବେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏକ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ମହାମାରୀ ମୁକାବିଲା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରି ବିଭାଗୀୟ ଅଧିକାରୀ ମାନେ ଅଂଚଳ ପାଇଁ ଏକ ବାର୍ତା ପ୍ରେରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ