ପାରାଦ୍ୱୀପ ପୋଲିସ ଓ ବନ୍ଦର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଚଳୀ
ପାରାଦ୍ୱୀପ,(ପୀତବାସ ପ୍ରଧାନ ): ମହାମାରୀ କୋରୋନା ବିରୁଦ୍ଧରେ ଲଢୁଥିବା ଯୋଦ୍ଧା ମାନଙ୍କ ନିମନ୍ତେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ଓ ଶପଥ ପାଠ କରେଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ । ଏହି କ୍ରମରେ ପାରାଦ୍ୱୀପ ଆଦର୍ଶ ଥାନା ପରିସରରେ ଶପଥ ପାଠ ଓ ନିରବ ପ୍ରାର୍ଥନା ଇନ୍ସପେକ୍ଟର ରଜନୀକାନ୍ତ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ପାରାଦ୍ୱୀପ ଆଦର୍ଶ ଥାନାର କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ ଥାନା ଅଧିକାରୀ ଶ୍ରୀ ସାମଲ । କୋରୋନା ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ବିଭିନ୍ନ ଥାନାର ଅଧିକାରୀ ଓ କର୍ମଚାରୀ ମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ପୋଲିସ କର୍ମଚାରୀ । ସେହିପରି ପାରାଦ୍ୱୀପ ବନ୍ଦର ପ୍ରଶାସନ ଭବନ ପରିସରର ରେ ଯୋଦ୍ଧାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ନେତୃତ୍ୱରେ ବନ୍ଦର ବିଭାଗୀୟ ମୁଖ୍ୟ ଓ ଅଧିକାରୀ ମାନେ ଯୋଗଦେଇ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।


