ହିଞ୍ଜିଳି ରାଧାକୃଷ୍ଣ ମନ୍ଦିର ଜମି ବିକ୍ରି ପ୍ରସଙ୍ଗକୁ ନାକଚ କଲା ଉଚ୍ଚ ନ୍ୟାୟଳୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳ ହିଞ୍ଜିଳି ରାଧାକୃଷ୍ଣ ଲଳିତା ମହାପ୍ରଭୁଙ୍କ ଜମି ବିକ୍ରିକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଅନ୍ୟପକ୍ଷରେ ଏହାକୁ ନେଇ ଆଇନା ଆଶ୍ରୟ ନିଆଯାଇଛି । ମନ୍ଦିର ଟ୍ରଷ୍ଟି ପକ୍ଷରୁ ଗତ ସେପ୍ଟମ୍ବର ୩ ତାରିଖରେ ସଂପୃକ୍ତ ମନ୍ଦିରର ପ୍ରାୟ ୮ଏକର ଜମିକୁୁ ୧କୋଟି ୪୦ଲକ୍ଷ ଟଙ୍କାରେ ବିକ୍ରିକୁ ନେଇ ଆପତି ଉଠିଥିଲଶ । ପରେ ଏହାକୁ ନେଇ ଉଚ୍ଚ ନ୍ୟାୟଳୟର ୨ଜଣିଆ ବିଚାରପତି ଗତ ୮ ତାରିଖରେ ସଂପୃକ୍ତ ଜମି ବିକ୍ରିକୁ ଅବୈଧ ଦର୍ଶାଇବା ସହ ନାକଚ କରି ଦେଇଛନ୍ତି ।ପ୍ରକାଶ ଥାଉକି, ହିଞ୍ଜିଳି ଗ୍ରାମର ରାଧାକୃଷ୍ଣ ଲଳିତା ମହାପ୍ରଭୁଙ୍କ ୮ଏକର ଜମିକୁ କରୋନା ମହାମାରୀ ସମୟରେ ନକଲି କାଗଜ ପତ୍ର ପ୍ରସ୍ତୁତ କରି ମିଥ୍ୟା ତଥ୍ୟ ପ୍ରଦାନ କରି ବଜାର ଦର ଠାରୁ ବହୁ କମ୍ ଦରରେ ବିକ୍ରି କରାଯାଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହି ବିକ୍ରୟକୁ ନେଇ ଗ୍ରାମର ବହୁ ବ୍ୟକ୍ତି ହିଞ୍ଜିଳି ସବ୍ ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ ଅଂଚଳର ଜଣାଶୁଣା ସମାଜସେବୀ ସୁନିଲ କୁମାର ସାହୁଙ୍କ ପତ୍ନି ରିତାଂଜଳି ସାହୁ ସଂପୃକ୍ତ ମନ୍ଦିରର ଉକ୍ତ ଜମି ବଜାର ଦର ଠାରୁ ବହୁ କମ୍ ଗୁଣରେ ବିକ୍ରି କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଉଚ୍ଚ ନ୍ୟାୟ,ଳୟରେ ଏକ ରିଭ୍ୟୁ ପିଟିସନ ଦାଖଲ କରି ରିତାଂଜଳି ସଂପୃକ୍ତ ଜମିକୁ ୫କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ କିଣିବା ପାଇଁ ଆବେଦନ କରିଥିଲେ । ପୂର୍ବରୁ ଦେବତୋର କମିଶନ ମନ୍ଦିର ଜମିକୁ ବିକ୍ରି ପାଇଁ ଅପସେଟ ପ୍ରାଇସ ଏକର ପିଛା ୭୦ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ । ଏଡ଼ିସିନାଲ ଆସିଷ୍ଟାଂଟ କମିଶନର, ବ୍ରହ୍ମପୁରଭ୍‌କ ଉପସ୍ଥିତି ଓ ରାଜ୍ୟର ପ୍ରମୁଖ ଇଂରାଜୀ ଖବରକାଗଜ ଓ ଇଂରାଜୀ ପତ୍ରିକାରେ ନିଲାମ ସକାଶେ ବିଜ୍ଞାପନ ପ୍ରକାଶନ ସକାଶେ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିର ଟ୍ରଷ୍ଟି କମିଶନରଙ୍କ ନିର୍ଦ୍ଦେଶିତ ଅପସେଟ ପ୍ରାଇସକୁ କମ୍ କରିଥିବା ରିଟ୍ ପିଟିସନରେ ରୀତାଂଜଳି ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ନିଲାମର ଅନ୍ୟାନ ନିୟମ ଭଙ୍ଗ କରି ବଜାର ମୂଲ୍ୟ ପ୍ରାୟ ୫କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜମିକୁ ୩ଜଣ ନିଲାମଧାରୀଙ୍କ ଦ୍ୱାରା ୧କୋଟି ୪୦ଲକ୍ଷ ଟଙ୍କାରେ ଜମି ବିକ୍ରୟ ପାଇଁ ଉଦ୍ୟମ କରିଥିଲେ ବୋଲି ରୀତାଂଜଳି ଅଭିଯୋଗ କରିଥିଲେ । ରିଟି ପିଟିସନର ଶୁଣାଣୀ କରି ଉଚ୍ଚ ନ୍ୟାୟଳୟର ୨ ଜଣିଆ ବିଚାରପତି ମନ୍ଦିର ଟ୍ରଷ୍ଟି ପକ୍ଷରେ ଗତ ବର୍ଷ ମାର୍ଚ୍ଚ ପହିଲାରେ ହୋଇଥିବା ଆଦେଶକୁ ନାକଚ କରିବା ସହ ୨ ମାସ ମଧ୍ୟରେ ଆସିଷ୍ଟାଂଟ କମିଶନରଙ୍କ ଅପସେଟ ପ୍ରାଇସ ନିର୍ଦ୍ଦେଶ ପ୍ରକାରେ ନିଲାମ ପ୍ରକିୟା ପାଇଁ ଆଦେଶ ପ୍ରଦାନ କରିଥିବା ରିଟ ପିଟିସନକାରୀ ରୀତାଂଜଳି ସାହୁଙ୍କ ଠାରୁ ପ୍ରକାଶ । ଅନ୍ୟ ପକ୍ଷରେ ଜନସାଧାରଣଙ୍କ ଆପତି ପରେ ସଂପୃକ୍ତ ଜମି ବିକ୍ରି ଦଲିଲକୁ ହିଞ୍ଜିଳି ସବରେଜିଷ୍ଟାର ରେଜିଷ୍ଟୀ କରିନାହାନ୍ତି ।
ହିଞ୍ଜିଳି ରାଧାକୃଷ୍ଣ ଲଳିତା ମନ୍ଦିରରେ ଜମି ବିକ୍ରିକୁ ନେଇ ଗତ ମାସ ଠାରୁ ସ୍ଥାନୀୟ ଅଂଚଳରେ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିର ଜମି ବିକ୍ରିକୁ ଗ୍ରାମବାସୀ ବିରୋଧ କରିଛନ୍ତି । କରୋନା ମହାମାରୀ ବେଳେ ବଜାର ଦର ଠାରୁ ଢେର କମ୍ ଦରରେ ଜମିକୁ ବିକ୍ରୀ ଉଦ୍ୟମକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଶାସକ ଦଳର ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ଠାରୁ ଦେବତୋର ବିଭାଗର କିଛି ଅଧିକାରୀ ଓ ଜମି ମାଫିଆଙ୍କ ଭୂମିକାକୁ ନେଇ ଗୁରୁତର ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ମନ୍ଦିର ଜମି ବିକ୍ରୀକୁ ବୈଧ ଘୋଷଣା ସକାଶେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ସ୍ଥାନୀୟ ଉପନିବନ୍ଧକଙ୍କ ନିକଟରେ ଦଲିଲକୁ ବୈଧ ପାଇଁ ଦାବି କରିଥିଲେ । ସେହିପରି ଶାସକ ଦଳର ବହୁ ନେତାଙ୍କ ମନ୍ଦିର ଜମି ବିକ୍ରିକୁ ବିରୋଧ ପରେ ଓଡ଼ିଶା ଦୋବତୋର କମିଶନର ଚିଠି ସଂଖ୍ୟା ୫୪୦୨/୨୫.୦୯.୨୦୨୦ ପ୍ରକାରେ ମନ୍ଦିରର ପୂର୍ବ ଟ୍ରଷ୍ଟିକୁ ଭାଙ୍ଗି ହିଞ୍ଜିଳିକାଟୁ ତହସିଲଦାରଙ୍କ ଅନ୍ତରୀଣ ଟ୍ରଷ୍ଟି ଓ ୬ ଜଣଙ୍କୁ ନୂତନ ଟ୍ରଷ୍ଟର ସଦସ୍ୟ କରିଥିବା ନେଇ ଚିଠି କରାଯାଇଥିଲା । ଯାହାକୁ ନେଇ ପୂର୍ବ ଟ୍ରଷ୍ଟି ଆପତି କରି ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ । ରୀତାଂଜଳି ସାହୁଙ୍କ ରିଟ୍ ପିଟିସନ ଶୁଣାଣୀ କରି ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ପରେ ମନ୍ଦିର ଜମି ବିକ୍ରିକୁ ନେଇ ହୋଇଥିବା ବିବାଦ ନୁଆଁ ମୋଡ଼ ସୃଷ୍ଟି କରିଛି ।
ଅନ୍ୟ ପକ୍ଷରେ ରାଜ୍ୟ ମୁଖିଆଙ୍କ ନିର୍ବାଚନ ମଣ୍ଡଳୀରେ ମନ୍ଦିର ଜମି ବିକ୍ରିକୁ ବିରୋଧ କରି ଆସିଛନ୍ତି ଶାସକ ଦଳର ୩ଜଣ ପୂର୍ବତନ ପୌର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଶାସକ ବିଜେଡ଼ିର ବହୁ ତୁଙ୍ଗ ନେତା । ଉକ୍ତ ଘଟଣାରେ ଦଳର ଛବି ମଳିନ ହେବାରେ ଲାଗିଛି ବୋଲି ସ୍ଥାନୀୟ ଅଂଚଳର ବହୁ ଶାସକ ନେତା ଓ କର୍ମୀ ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ମନ୍ଦିର ଜମିକୁ ମାଫିଆ ମାନଙ୍କ ସହ ସଲା ସୁତୁରା କରି ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଦୁର୍ନିତିକୁ ପ୍ରଶୟ ଦେଉଥିବା ଚର୍ଚ୍ଚା ଜୋର ଧରିଛି । ଏଭଳି ଦୁର୍ନିତି ଖୋର ଅଧିକାରୀଙଘ୍‌କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ କରାଯିବା ପାଇଁ ସ୍ଥାନୀୟ ଅଂଚଳର ବହୁ ବରିଷ୍ଟ ବ୍ୟକ୍ତି ବିଶେଷ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ