ହିନ୍ଦୀ କେବଳ ପ୍ରଶାସନିକ କାମ ପାଇଁ: ଏମ୍ସ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ହିନ୍ଦୀ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ଲାଗୁ ବୋଲି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସ୍ପଷ୍ଟ କରିଛନ୍ତି । ଏମ୍ସରେ ହିନ୍ଦୀ ଭାଷା ପ୍ରଚଳନ ଦ୍ୱନ୍ଦ୍ୱ ପ୍ରସଙ୍ଗରେ ବିଜେଡି ସାଂସଦ ପ୍ରତିନିଧିମାନେ ଭେଟିବା ପରେ ଏମ୍ସ ନିଦେ୍ର୍ଧଶିକା ବି. ଗୀତାଞ୍ଜଳି ଏହା ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତି ଯେ, ଭୁବନେଶ୍ୱର ଏମ୍ସରେ ହିନ୍ଦୀ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ଲାଗୁ । ଯେଉଁମାନେ ହିନ୍ଦୀ ମିଡିୟମରେ ପଢିଛନ୍ତି, କେବଳ ସେମାନଙ୍କ ପାଇଁ ଲାଗୁ । ରୋଗୀଙ୍କ ଫର୍ମ ପୂରଣ ଓଡ଼ିଆ ଓ ଇଂରାଜୀ ଭାଷାରେ ହିଁ ହେଉଛି । ଏମିତି କି ଆମେ ଡାକ୍ତରୀ ଏବଂ ନର୍ସିଂ ପିଲାଙ୍କୁ ଓଡ଼ିଆ ଭାଷା ପଢାଉଛୁ । ନିର୍ଦ୍ଦେଶନାମାକୁ ଭୁଲ ତର୍ଜମା କରାଯାଉଛି ବୋଲି ଏମ୍ସ ନିର୍ଦ୍ଦେଶିକା ବି ଗୀତାଞ୍ଜଳି କହିଛନ୍ତି । ପୂର୍ବରୁ ଭୁବନେଶ୍ୱର ଏମ୍ସରେ ଅଫିସ କାର୍ଯ୍ୟରେ ହିନ୍ଦୀ ବାଧ୍ୟତାମୂଳକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର । ଏମ୍ସରେ ହିନ୍ଦୀ ଗ୍ରହଣୀୟ ନୁହେଁ ବୋଲି ପିନାକୀ ମିଶ୍ର କହିଥିଲେ । ଏମ୍ସରେ ହିନ୍ଦୀ ବ୍ୟବହାର ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ । ଏହା ଗ୍ରହଣୀୟ ନୁହେଁ । ଓଡ଼ିଶା ଲୋକେ କାହିଁକି ହିନ୍ଦୀ ଗ୍ରହଣ କରିବେ ବୋଲି ସେ ପ୍ରଶ୍ନ କରିଥିଲେ । ଏଥିସହ ଏନେଇ ଆମେ ଏମ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ବୋଲି ଶ୍ରୀ ମିଶ୍ର କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ