‘ସୂର୍ଯ୍ୟବଂଶୀ’ରେ ଜ୍ୟାକିଙ୍କ ଏଣ୍ଟ୍ରି
ଜ୍ୟାକି ଶ୍ରଫ୍ ୧ ଫେବ୍ରୁଆରୀରେ ନିଜ ଜନ୍ମଦିନ ପାଳନ କରୁଛନ୍ତି। ଜ୍ୟାକିଙ୍କ ଜନ୍ମଦିନରେ ନିର୍ଦେଶକ ରୋହିତ ଶେଟ୍ଟୀ ପ୍ରଶଂସକଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି। ସେ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଜ୍ୟାକିଙ୍କ ସହିତ ରୋହିତ ନଜର ଆସୁଛନ୍ତି। ଏହି ଫଟୋ ସହିତ ରୋହିତ ଘୋଷଣା କରିଛନ୍ତି ଯେ ତାଙ୍କ କପ୍ ଦୁନିଆରେ ଆହୁରି ଏକ ନୂଆ ନାମ ଯୋଡ଼ି ହୋଇଯାଇଛି। ରୋହିତ ଶେଟ୍ଟୀ ଫଟୋ ଶେୟାର କରି ଲେଖିଛନ୍ତି ଯେ ଆପଣ ଭାବୁଛନ୍ତି କି ଆମ କପ୍ ୟୁନିଭର୍ସର ସମସ୍ତ ଚରିତ୍ର ବିଷୟରେ ଜାଣିଛନ୍ତି। ଆପଣଙ୍କ ସାମ୍ନାରେ ଉପସ୍ଥାପିତ କରୁଛି ଜ୍ୟାକି ଶ୍ରଫ୍ଙ୍କୁ। ବନ୍ଧୁ ଆହୁରି ସରପ୍ରାଇଜ୍ ଆଗକୁ ବାକି ରହିଛି ବୋଲି ରୋହିତ ଲେଖିଛନ୍ତି। ଫଟୋରେ ଜ୍ୟାକି ଶ୍ରଫ୍ ଏକ ଗାଡ଼ି ଉପରେ ବସିଥିବା ନଜର ଆସୁଛନ୍ତି। ଫଟୋରେ ତାଙ୍କ ଟସନ୍ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ଜ୍ୟାକି ଶ୍ରଫ୍ ନିଜ ପୁଅ ଟାଇଗର ଶ୍ରଫ୍ଙ୍କ ଫିଲ୍ମ ‘ବାଗୀ ୩’ରେ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମର ନିର୍ଦେଶକ ଏହାର ଘୋଷଣା କରି ଦେଇଛନ୍ତି। ଫିଲ୍ମରେ ଜ୍ୟାକି ସ୍ବଳ୍ପ ଅଭିନୟ ବା କାମିଓ କରିବେ ବୋଲି ଜଣାପଡ଼ିଛି। ପ୍ରଥମ ଥର ପାଇଁ ଟାଇଗରଙ୍କ ସହ ଜ୍ୟାକି ସ୍କ୍ରିନ୍ ଶେୟାର କରୁଥିବା ଦେଖିବାକୁ ମିଳିବ। ସେହିପରି ସୂର୍ଯ୍ୟବଂଶୀ ସିନେମାରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମ ‘ସିମ୍ବା’ର ରିଲିଜ୍ ସହିତ ରୋହିତ ଶେଟ୍ଟୀ ‘ସୂର୍ଯ୍ୟବଂଶୀ’ର ମଧ୍ୟ ଘୋଷଣା କରି ଦେଇଥିଲେ।


