ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ଘଟଗାଁ,(ନାରାୟଣ ପଲାଇ):ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ବିଭତ୍ସ ହତ୍ୟା । ରାତିରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡା ଗ୍ରାମରେ ଗତକାଲି ଏକ ଅଭାବନୀୟ ଏବଂ ନିନ୍ଦନୀୟ ଘଟଣା ଘଟିଯାଇଛି । ଗ୍ରାମର ଜଣେ ବୃଦ୍ଧାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ବୃଦ୍ଧା ଜଣଙ୍କ ଭୋଳବେଡା ଗାଁର କୁନି ମୁଣ୍ଡା ବୋଲି ଜଣାପଡିଛି । ସେ ବୁଧବାର ରାତିରେ ତାଙ୍କ ନିଜ ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣୀ ହତ୍ୟା କରାଯାଇଥିବା ପୋଲିସ୍ ସନ୍ଦେହ କରୁଛି । ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ବୃଦ୍ଧା ଜଣଙ୍କୁ ଗୁଣୀଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ତେବେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ୍ ପ୍ରକାଶ କରିଛି । ଅନ୍ୟପକ୍ଷରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ