୧୦ମ ଗୋଟିପୁଅ ନୃତ୍ୟ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):‘ଆରାଧନା ଡ଼୍ୟାନ୍ସ ଏକାଡ଼େମୀ’ ତରଫରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ୧୦ମ ଗୋଟିପୁଅ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ ରଞ୍ଜନ ଦାସ ଉଦ୍‌ଘାଟନ କରିଥିବା ବେଳେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ଶ୍ରୀ ପ୍ରବୋଧ ରଥ, ଗୋଟିପୁଅ ନୃତ୍ୟଗୁରୁ ଲିଙ୍ଗରାଜ ବାରିକ, ସଂସ୍କୃତିପ୍ରେମୀ ଡ. ଏଲ.ଏନ୍‌. ଅଗ୍ରୱାଲ, ଗୁରୁ ବିଜୟ କୁମାର ସାହୁ, ସଂସ୍କୃତି ବିଭାଗ ଉପସଚିବ ସଞ୍ଜୟ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗୋଟିପୁଅ ନୃତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏହି ଅନୁଷ୍ଠାନର ଭୂମିକାକୁ ଭୂୟସୀ ପ୍ରଂଶସା କରିଥିଲେ । ଏହି ଅବସରରେ ଗୋଟିପୁଅ ନୃତ୍ୟର ବିକାଶ ପାଇଁ ସର୍ବାଧିକ ସହଯୋଗ କରିଥିବା ସଂସ୍କୃତି ବିଭାଗର ପୂର୍ବତନ ପ୍ରମୁଖ ସଚିବ ଅଶୋକ ତ୍ରିପାଠୀଙ୍କୁ “ଆରାଧନା ସଂସ୍କୃତି ମିତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାତଃ ଅଧିବେଶନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଗବେଷକ ଡ. ଚିତ୍ତରଞ୍ଜନ ମାଲିଆ, ଗୁରୁ ଧନେଶ୍ୱର ସ୍ୱାଇଁ, ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ, ଗୁରୁ ମାଗୁଣି ଜେନା, ଗୁରୁ ଲିଙ୍ଗରାଜ ବାରିକ, ଗୁରୁ ଗୌତମ ମହାପାତ୍ର, ଗୁରୁ କୈଳାସ ଚନ୍ଦ୍ର ବିଶ୍ୱାଳ, ଗୁରୁ ବିଜୟ କୁମାର ସାହୁ ପ୍ରମୁଖ ଗୋଟିପୁଅ ନୃତ୍ୟର ବହୁବିଧ ଦିଗ ଉପରେ ଆଲୋପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଗୁରୁ ଚିତ୍ରସେନ ସାଇଁଙ୍କ ତତ୍ତ୍ୱାବଧାନରେ ଏ ସମସ୍ତ କାର୍ଯ୍ୟ ହୋଇଥିଲା ବେଳେ ସନ୍ଧ୍ୟାରେ ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦ, କୈଳାସ ଗୋଟିପୁଅ ନୃତ୍ୟ ପରିଷଦ, ନୀଳକଣ୍ଠେଶ୍ୱର ଗୋଟିପୁଅ, ଗୁରୁକୁଳ ଏବଂ ମୂର୍ଚ୍ଛନାର ଶିଳ୍ପୀମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ । ଏହାକୁ ସଂଯୋଜନା କରିଥିଲେ ନୃତ୍ୟ ଗବେଷକ ଡ. ଶ୍ରୀନିବାସ ଘଟୁଆରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ