ଘରପୋଡି ବିପନ୍ନଙ୍କୁ ସମାଜସେବୀ ପ୍ରତାପଙ୍କ ସହାୟତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଢିହି ପଞ୍ଚାୟତର ଛତର ଗ୍ରାମରେ ଦୀପାବଳି ଉତ୍ସବ ପାଳନ ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦଳିତ ସାହିର ରବୀନ୍ଦ୍ର ଜେନା, ସଞ୍ଜୟ ଜେନା, ଦିଲ୍ଲିପ ଜେନା, ପ୍ରଶାନ୍ତ ଜେନା, ସୁଶାନ୍ତ ଜେନା ଓ ପ୍ରଦିପ ଜେନା ପ୍ରମୁଖ ବ୍ୟକ୍ତିମାନଙ୍କର ୧୦ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ସେମାନଙ୍କ ଘର ଭିତରେ ଥିବା ସମସ୍ତ ଜିନିଷ ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଏସମ୍ପର୍କରେ ଖବର ପାଇ ସେହି ବ୍ଲକ ଅନ୍ତର୍ଗତ ଗୋଗୁଆ ଗ୍ରାମପଞ୍ଚାୟତର ସମିତି ସଭ୍ୟ, ମହାକାଳପଡା ବ୍ଲକର ଲୋକସଭା ସାଂସଦଙ୍କ ପ୍ରତିନିଧି ତଥା ଯୁବ ଆଇନଜୀବି ପ୍ରତାପ ଚନ୍ଦ୍ର ଦାସ(ହାଲୁ) ଘରପୋଡି ବିପନ୍ନଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ସେମାନଙ୍କୁ ପାଲ(ପଲିଥିନ), ଲୁଗା, ଲୁଙ୍ଗି, ଗାମୁଛା, ଚୂଡା, ବିସ୍କୁଟ, ଅମୁଲ, ଚାଉଳ, ଯାଇ, ତେଲ, ଲୁଣ ପ୍ରଭୃତି ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସମାଜସେବୀ ଶ୍ରୀ ଦାସଙ୍କ ସହିତ ବଢିହି ପଞ୍ଚାୟତର ମୁରବୀ ବ୍ରହ୍ମାନନ୍ଦ ବେହେରା, କେଶବ ଭୋଳ, ଯୁବଛାତ୍ର ନେତା ପ୍ରଦୀପ କୁମାର ସେଠୀ(ରାଜା), ଲାଞ୍ଜୁରା କୃଷି ସମବାୟ ସମିତି ନିର୍ଦେଶକ ଯତୀନ ଦାସ(ହାପି), ଯୁବ ସମାଜସେବୀ ଅଲେଖ ଜେନା, ବାବୁଲା ମଣ୍ଡଳ, ସଞ୍ଜୟ ଦାସ, ମଙ୍ଗଳ ବିଶ୍ୱାସ, ସତ୍ୟବ୍ରତ ପ୍ରଧାନ, ନିଗମାନନ୍ଦ ବାରିକ ଓ ମହିଳା ସମାଜସେବୀ ଶ୍ରୀମତୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


