ଯଶିପୁରରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଯଶୀପୁର ସ୍ଥିତ କନକ ରେସିଡେନ୍ସି ଠାରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ରାଜ୍ୟ ବିସିଜେଡି କାର୍ଯ୍ୟକାରିଣୀ ସଭାପତି ରାଜେଶ ରାଜ୍ ସ୍ବାଇଁ, ଜିଲ୍ଲା ପର୍ଯ୍ୟବେକ୍ଷକ ଅମରେନ୍ଦ୍ର ଧଳ, ଜିଲ୍ଲା ସଭାପତି ଅନିଷ ମାନ୍ନା, ରାଜ୍ୟ ଛାତ୍ର ସମ୍ପାଦକ ବିକାଶ ମହାନ୍ତ, ଜିଲ୍ଲା ଛାତ୍ର ଉପ ସଭାପତି କମଲେଶ ବଳ,ଜିଲ୍ଲା ସାଧାରଣ ସମ୍ପାଦକ ତୁହିଁନ ମଣ୍ଡଳ, ରଜତ ମହାନ୍ତ,ଜିଲ୍ଲା ଉପସଭାପତି ବିଭୁ କଲ୍ୟାଣ ମହାନ୍ତ,ଚନ୍ଦ୍ର ଶେଖର ସାହୁ ସମେତ ଜିଲ୍ଲାର ପ୍ରମୁଖ ଛାତ୍ର ନେତା ମାନେ ଉପସ୍ଥିତ ରହି ଆମ ପ୍ରିୟ ନେତା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଦୃଢ ସଂକଳ୍ପ ନେଇଥିଲେ..। ଦଳର ଯୁବଛାତ୍ର ସଂଗଠନକୁ ସୁଦୃଢ କରିବା ସହ ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଲୋଚନା ହୋଇଥିଲା ।ପରେ ସମସ୍ତଙ୍କୁ ଦି ଟଲ ମେନ ପୁସ୍ତିକା ବଣ୍ଟନ କରାଯାଇଥିଲା ।


