୧୫କୋଟି ୩୨ଲକ୍ଷ ଗଞ୍ଜେଇ ଗଛ ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଅଡବା ଥାନାର ମୋହନା ବ୍ଲକର ମାଣ୍ଡିମରା ପଞ୍ଚାୟତର ଗୋବାଲ ମୋଉଜା ଅଞ୍ଚଳର ଜଙ୍ଗଲରୁ ଅବକାରୀ, ପୁଲିସ, ବନବିଭାଗ ଏବଂ ରାଜସ୍ୟ ବିଭାଗ ଚଢାଉ କରି ବିପୁଳ ଗଞ୍ଜେଇ ଗଛ ନଷ୍ଟ କରାଯାଛି । ସଂରକ୍ଷିତ ଜଙ୍ଗଲ ଉପରେ ବେଆଇନି ଭାବେ ୭୬.0୬ ଏକର ଜମିରେ ୧ଲକ୍ଷ ୫୩ହଜାର ୨୦୦ଲଗାଯାଇଥିବା ଗଞ୍ଜେଇ ଗଛକୁ ସମସ୍ତ ନଷ୍ଟ କରାଯାଛି । ଅବକାରୀ ଇନିପଟର , ଆର,ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଥାନା ଅଧିକାରୀ, ସ୍ଥାନୀୟ ବନ ବିଭାଗ, ରାଜସ୍ୟ ବିଭାଗ ଅବକାରୀ ଓ ପୁଲିସ ବିଭାଗ କର୍ମଚାରୀ ମିଳିତ ଭାବେ ସକାଳ ୧୧ ଟାରୁ ୪ ଟା ପର୍ଯ୍ୟନ୍ତ କଟର ମେସିନ୍ ସାହାର୍ଯ୍ୟରେ ଗଞ୍ଜେଇ ଗଛକୁ ନଷ୍ଟ କରିଥିଲେ । ଏହାର ଅନୁମାନୀକ ମୂଲ୍ୟ ୧୫କୋଟି ୩୨ଲକ୍ଷ ହେବ ବୋଲି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୁଚନା ପ୍ରଦାନ କରିଛନ୍ତି । ମାଜିଷ୍ଟେଟ୍ ଦାୟିତ୍ୱରେ ମୋହନା ତହସିଲିଦାର କିଶ୍ୱର ଚନ୍ଦ୍ର ଦାସ ଉପସ୍ଥିତ ଥିଲେ । ଅଡବା ଥାନାରେ ମାମଲା ୨୬/୨୨ ରୁଜୁ କରାଯାଇଛି । ଏଥିରେ କୌଣସି ବ୍ୟକ୍ତି ଗିରଫ ହୋଇନାହାନ୍ତି ।


