୧୫ ମହଲା କୋଠାରେ ଅଗ୍ନିକାଣ୍ଡ ,ମାଁର ଜୀବନ ବଞ୍ଚାଇବାକୁ ପୁଅ ଚଢିଲା ବିନା ସୁରକ୍ଷାରେ ମହଲା

ନୂଆଦିଲ୍ଲୀ ,(ଯୁଗାବ୍ଦ ନ୍ୟୁଜ୍): ୧୫ ମହଲା କୋଠା ଉପରେ ଲାଗିଥିଲା ନିଆଁ । କୋଠରୀ ମଧ୍ୟରେ କିଛି ଅଣନିଶ୍ୱାସୀ ହୋଇଯାଉଥିଲେ ଧୂଆଁରେ । ପ୍ରଶାସନ ତରଫରୁ କୈାଣସି ବ୍ୟକ୍ତିଙ୍କୁ ତଳ ମହଲାରୁ ଉପର ମହଲାକୁ ଯିବାକୁ ବାରଣ କରିବା ସହ ପୋଲିସ ଜଗିରହିଥିଲେ । କୈ÷ାଣସି ଲୋକମାନଙ୍କର ଯେଉଁ ପରି କୈାଣସି କ୍ଷୟକ୍ଷତି ନହୁଏ ସେଥିପ୍ରତି ପ୍ରଶାସନ ସଜାଗ ରହିଥିଲେ । କିନ୍ତୁ ଜଣେ ୩୫ ବର୍ଷିୟ ଯୁବକ ଜର୍ମନଙ୍କ ମା ୧୪ ମହଲା ରୁମରେ ରହିଥିଲେ । ଯୁବକ ଜଣକ ପୋଲିସକୁ କାକୁତି ମିନତି ହେବା ପରେ ମଧ୍ୟ ପୋଲିସ ଉପର ମହଲାକୁ ଯିବାକୁ ଦେଲା ନାହିଁ । କୁହାଯାଏ ମା ର ଋଣ କେବେ କିଏ ଜୀବନର ମୃତ୍ୟୁ ପର୍ଯ୍ୟନ୍ତ ସୁଝିପାରେ ନାହିଁ । କିନ୍ତୁ ଜଣେ ଯୁବକ ନିଜର ମା ପାଇଁ ବିନା କୈାଣସି ସୁରକ୍ଷାରେ ସେ ବିପରିତ ଦିଗରେ ଚଢି ଚଢି ନିଜର ମା ରହୁଥିବା ୧୪ ନମ୍ବର କୋଠରୀ ରେ ପହଞ୍ଚି ମାଁକୁ ଉଦ୍ଧାର କରିବା ସହ ପଛପଟ ଦେଇ ମାକୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଛନ୍ତି । ସେ ଓହ୍ଲାଉ ଥିବାର ଏକ ଭିଡିଓ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ଯୁବକଙ୍କୁ ଗିରଫ କରି ପୋଲିସ ତାଙ୍କ ମାଙ୍କ ଜୀବନ ବଞ୍ଚାଇଥିବାରୁ ତାକୁ ଛଡାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ