୧୮ ବର୍ଷରେ ପଦାର୍ପଣ କଲା ଧବଳେଶ୍ୱର ପୂଜା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସୀମାନ୍ତବର୍ତ୍ତୀ କପାଳୀରୋଡ ଦୋଳଗୋବିନ୍ଦ ପଡିଆ ଠାରେ କରୋନା କଟକଣା ମଧ୍ୟରେ ଧବଳେଶ୍ୱର ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ କପାଳୀ ନଦୀରୁ ୫ ଗୋଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜା ମଣ୍ଡପରେ ଶିବ, ପାର୍ବତୀ ସମେତ ଗଣେଶ, କାର୍ତ୍ତକଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବା ବେଳେ ଏହା ରବିବାର ପର୍ଯ୍ୟନ୍ତ ଚାଲିବ । ପୂଜକ ସୁରେନ୍ଦ୍ର ପଣ୍ଡା, ଜଗନ୍ନାଥ ପଣ୍ଡା ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । କର୍ତ୍ତା ଭାବରେ ଜଗନ୍ନାଥ ମହାନ୍ତି, ମନ୍ଦାକିନୀ ମହାନ୍ତି, ଲକ୍ଷ୍ମଣ ମହାନ୍ତି, ସୁମତୀ ମହାନ୍ତି ଅଛନ୍ତି । ସମସ୍ତ ପୂଜା କାର୍ଯ୍ୟରେ ଅପର୍ତ୍ତି ବେହେରା, ପଦ୍ମନାଭ ସ୍ୱାଇଁ, ଭରତ ମହାନ୍ତି, କାଳନ୍ଦୀ ବସନ୍ତିଆ, ଶିବନାରାୟଣ ମହାନ୍ତି, ଅନନ୍ତ ସେଠୀ, କାଳନ୍ଦୀ ସେଠୀଙ୍କ ସମେତ ରାମପୁର ଓ ବେତଡା ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।


