ବନ୍ତର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଓ ରାସପୂର୍ଣ୍ଣିମା ଉତ୍ସବ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ରାସପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବସନ୍ତିଆ ଠାରେ ମା’ମଙ୍ଗଳା ଯୁବକ ସଂଘ, ବଣିକ ସଂଘ, ଟିଲୋ ବଡସାହିସ୍ଥିତ ଚୌଧୁରୀ ପୋଖରୀ, ଟିଲୋ ଗ୍ରେନଗୋଲା ଠାରେ ବୋଇତ ବନ୍ଦାଣ ଓ ରାସପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ସେହିପରି କୁଶବେଣ୍ଟି, ବଉଳସାହି, ଦେବତାଗଢିଆ, ମାଳିସାହି, ତାଳପଦା, ତ୍ରିକୋଣା ଆଦି ଶୈବପୀଠରେ ଭକ୍ତଙ୍କ ଭିଡ ସହ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବନ୍ତ ପୁରୁଣା ବଜାର, କୁମ୍ଭକରାଳ, ଆପଣ୍ଡା, ସିଲନ୍ଦି, ସେଣ୍ଢତୀରା ଆଦି ସ୍ଥାନରେ ଏହି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଭଜନ କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ