୧୯୮୯ ବ୍ୟାଚର ବଂଧୁମିଳନ ସମାରୋହରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଓ ଆଶୀର୍ବାଦ ଗ୍ରହଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର ୧୯୮୮୯ମସିହାରେ ଦଶମ ଶ୍ରେଣୀ ରୁ ଉନ୍ନୀତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ ଉତ୍ସବ ମହା ସମାରୋହରେ ପାଳନ ହୋଇଯାଇଛି।ସମସ୍ତ ସହପାଠୀ ବନ୍ଧୁ ମାନେ ପାରାଳାଖେମୁଣ୍ଡିସ୍ଥ ରାଧାରାଣୀ କଲ୍ୟାଣୀ ମଣ୍ଡପ ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିଛବି ଙ୍କ ଠାରେ ପ୍ରଦୀପ ପ୍ରଯ୍ୟାଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ସମାରୋହକୁ ଶୁଭାରମ୍ଭ କରିଥିଲେ। ଏହାପରେ ୧୯୮୯ ବ୍ୟାଚର ରାଜେଶ ଜେନାଙ୍କ ଅକାଳ ମୃତ୍ୟୁରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା। ଏଥିରେ ପାରଳାଖେମୁଣ୍ଡି ଏବଂ ବାହାରେ ଥିବା ସାଥୀ ମନେ ଏଥିରେ ବହୁମାତ୍ରା ରେ ସପରିବାର ଯୋଗଦାନ କରିଥିଲେ, ଉତ୍ସବ ଟିକୁ ଭିଡ଼ିଓ କନଫେରେନ୍ସ ମାଧମରେ ଦେଶ ଓ ବିଦେଶରେ ଥିବା ପ୍ରତିଷ୍ଠିତ ବନ୍ଧୁମାନେ ଯୋଗଦେଇଥିଲେ ଓ ଉପଭୋଗ କରିଥିଲେ।ସମସ୍ତ ବନ୍ଧୁ ନିଜର ଛାତ୍ର ଜିବନ ର ସ୍ମୁତ ଚାରଣ କରି ଚଳନ୍ତି ସମାଜରେ ବଂଧୁମିଲନ ଆବଶ୍ୟକତା ବିଷୟରେ ଅଭବ୍ୟକ୍ତ ପ୍ରଦାନ କରିଥିଲେ।କୁନି ଛୁଆ ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ଶେଷରେ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରି ପ୍ରତି ବର୍ଷ ଏହି ବନ୍ଧୁମିଲନ ଏବଂ ଗୁରୁଶିଷ୍ୟ ପରମ୍ପରା ଉତ୍ସବ କୁ ଆୟୋଜନ କରିବାପାଇଁ ସଂକଳ୍ପ କରିଥିଲେ।


