ବୋମିକାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟମୁଖୀ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଠାରେ ଥିବା ବୋମିକା ଗ୍ରାମ ପଞ୍ଚାୟତରେ ଆଜି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟମୁଖୀ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି. ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ନୂତନ ଭାବେ ଦ୍ଵାୟିତ ବହନ କରିଥିବା ଗଜପତି ଏସପି ସ୍ୱାତୀ. ଏସ କୁମାର ଯୋଗଦେଇ ବୋମିକା ଗ୍ରାମ ପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ପରେ ସେଗୁଡିକର ତୁରନ୍ତ ସମାଧାନ ପାଇଁ ସଂମ୍ପୁକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ. ସେହିପରି ଗଜପତି ପ୍ରଶାସନ ଗ୍ରାମ୍ୟ ଭିମୁଖୀ ହୋଇ ପ୍ରଶାସନକୁ ଲୋକଙ୍କ ଠାରେ ପହଞ୍ଚାଇବା ସହ ଗ୍ରାମ ଅଞ୍ଚଳର ଉନ୍ନତି ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା.


