୧ କୋଟି ମୂଲ୍ୟର ଟିଭି

ଆଜିକାଲି ଅଧିକାଂଶ ଲୋକ ବଡ଼ ଏଲଇଡି ଟିଭି ଦେଖିବାକୁ ପସନ୍ଦ କରୁଛନ୍ତି । ଉଚ୍ଚକ୍ଷମତା ସମ୍ପନ୍ନ ଏହି ଅତ୍ୟାଧୁନିକ ଟେଲିଭିଜନ ବଜାରରେ ଏବେ ସୁନାର ଟିଭି ଉପଲବ୍ଧ । ମିଳିଥିବା ତଥ୍ୟ ଅନୁସାରେ ବି୍ରଟିଶ ଟିଭି କମ୍ପାନୀ ‘ଏକ୍ୱାଭିଜନ’ ୨୪ କ୍ୟାରେଟ ଯୁକ୍ତ ୧୦୦ ଇଞ୍ଚର ସୁନା ଟିଭି ତିଆରି କରିଛି । ଲଣ୍ଡନର ଏକ ମଲରେ ଏହି ଟିଭି ବିକି୍ର ପାଇଁ ରହିଥିବା ବେଳେ ସଂଖ୍ୟାଧିକ ଗ୍ରାହକ ସୁନାର ଟିଭି ଦେଖିବାକୁ ଆସୁଛନ୍ତି । ଏହି ଟିଭିର ଅନ୍ୟ ଏକ ମୁଖ୍ୟ ବିଶେଷତ୍ୱ ହେଲା, ତାହା ୱାଟରପ୍ରୁଫ । ବିଳାସମୟ ଏହି ଟିଭିର ନାମ ‘ଡିବି-୧୦୦’ ରଖିଛି । ୪ କେ କ୍ଷମତା ସମ୍ପନ୍ନ ଏହି ଟିଭିର ବୁକିଂ ମଧ୍ୟ ଆରମ୍ଭ ହୋଇଗଲାଣି । ବି୍ରଟେନର ଧନିକ ଗୋଷ୍ଠୀ ଏହି ଧାଡ଼ିରେ ଆଗୁଆ । ଏକ୍ୱାଭିଜନ କମ୍ପାନୀ ମୁଖ୍ୟ ଅଧିକାରୀଙ୍କ ମତରେ ଗତ ୩ ଦିନ ମଧ୍ୟରେ ୭୭ ଜଣ ଲୋକ ଏହି ୨୪ କ୍ୟାରେଟ୍ ୱାଟର ପ୍ରୁଫ ଟିଭିର ବୁକିଂ କରିସାରିଲେଣି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ