୨୦୨୩ରେ ସବୁ ଅଘଟଣ ଘଟିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶେଷ ଭାଗରେ ମହାମାରୀ କୋଭିଡ୍‍ରେ ବହୁଲୋକ ମରିଗଲେ । ୨୦୨୨ରେ ଟିକେ କୋହଳ ହେଲା । ଏବେ ୨୦୨୩ରେ ପୁଣି ମହାମାରୀ କୋଭିଡ୍‍ ମାଡିଆସିଲାଣି । ଏଣେ ବର୍ଷାଧିକ କାଳ ଋଷ-ୟୁକ୍ରେନ୍‍ ଯୁଦ୍ଧ ଚାଲିଛି । ପୁଣି ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ । ପ୍ରାୟ ସମଗ୍ର ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟର କରାଳ ରୂପ ଦେଖିବାକୁ ମିଳୁଛି । ପ୍ରତିଦିନ ପ୍ରତିମୁହୂର୍ତ୍ତରେ କେଉଁଠି ନା କେଉଁଠି ଅଘଟଣମାନ ଘଟିଚାଲିଛି । ଏଇ ୨୦୨୩ ମସିହାରେ ସବୁ ଅଘଟଣ ଘଟିବବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ଆଶଙ୍କା ପ୍ରକାଶ କରିଛନ୍ତି । ଶ୍ରୀ ନାୟକ ଓଡିଶାବାସୀଙ୍କ ସ୍ୱାର୍ଥପାଇଁ ସରକାରଙ୍କୁ ପଚାରିଛନ୍ତି – ଏବେ ଖଣିମନ୍ତ୍ରୀ କେତେକ ଖଣିକୁ ବିକିବା ପାଇଁ ନିଲାମ ଡାକିବେ । ପୂର୍ବରୁ ବହୁ ଖଣିକୁ ନିଲାମରେ ଦେଶର ବଡବଡ ଶିଳ୍ପପତିଙ୍କୁ ବିକିଦେଇଛନ୍ତି । ଖଣିମନ୍ତ୍ରୀ କେବଳ ଖଣି ନିଲାମ କରୁନାହାଁନ୍ତି – ରାଜସ୍ୱମନ୍ତ୍ରୀ ଜମି ବିକ୍ରି କରୁଛନ୍ତି । ଜଳସେଚନ ମନ୍ତ୍ରୀ ଜଳ ବିକ୍ରି କରୁଛନ୍ତି । ଜଙ୍ଗଲ ମନ୍ତ୍ରୀ ଜଙ୍ଗଲ ବିକ୍ରି କରୁଛନ୍ତି । ଏ ମନ୍ତ୍ରୀମାନେ କେବଳ ମୋହରା – ଯାହା ଆଇ.ଏ.ଏସ୍‍. ଅ‘ିସରମାନେ ପ୍ରସ୍ତାବ ଦେବେ – କେବଳ ମନ୍ତ୍ରୀମାନେ ସେ ପ୍ରସ୍ତାବରେ ସ୍ୱାକ୍ଷର କରିବାକୁ ବା୍ମ । ଆମେ ରାଜ୍ୟବାସୀ ସବୁ ସେଇ ଶିଳ୍ପପତି, ଅ‘ିସର, ଠିକାଦାରଙ୍କ ପାଖରେ ବନ୍ଧା ପଡିଯାଇଛୁ । ଅଭାବ ପଡିଲେ ଲୋକେ ସବୁକିଛି ବିକି ଦିଅନ୍ତି । ଚଞ୍ଚକମାନେ ଅନେଇ ବସିଥାନ୍ତି – ଶାଗମାଛ ମୂଲ୍ୟରେ ଚଟାପଟ୍‍ କିଣି ନିଅନ୍ତି । ପୂର୍ବରୁ କଂଗ୍ରେସ ସରକାର ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଘୋଷଣା କଲେ – ହଜାରେ ଦିନରେ ହଜାରେ ଶିଳ୍ପ, ହଜାରେ କୋଟି ଟଙ୍କାରେ । ଜାନକୀବାବୁ ଏ ଗୀତ ଗାଇଲେ । ଲୋକେ ବାହାଃବାହାଃ କଲେ । ଭୋଟ୍‍ ବି ଛାଣିନେଲେ । ସେତେବେଳେ ନୂଆ ନୂଆ ଉଦ୍ୟୋଗପତି ଶିଳ୍ପ କରିବାକୁ ଓଡିଶାସାରା ଜମି ଓ ଟଙ୍କା ଲୋନ୍‍ ମାଗିଲେ । ୩୦ବର୍ଷ କଟିଗଲାଣି । ଯେଉଁମାନଙ୍କୁ ସରକାର ଜମି ଯୋଗାଇଥିଲେ – ବହୁସଂଖ୍ୟାରେ ଆଦୌ ଶିଳ୍ପ ନକରି ସେ ସବୁ ଜମିକୁ ଭଡାରେ ଲଗାଇଛନ୍ତି । ବିଧାନସଭାରେ ଶିଳ୍ପମନ୍ତ୍ରୀ ଅସହାୟତା ପ୍ରକାଶକରି ସେ ଜମି ଉଦ୍ଧାର ପାଇଁ ଏମ୍‍.ଏଲ୍‍.ଏ.ମାନଙ୍କୁ ନିବେଦନ କରିଛନ୍ତି । ଜନତା ପାର୍ଟି ସରକାର ମ୍ମ କିଛି କିଛି ବିକି ଦେଇଥିଲେ । ଏଇ ୨୩ ବର୍ଷ ହେଲା ପ୍ରଥମେ ବିଜେଡି-ବିଜେପି ମେଣ୍ଟ ୯ ବର୍ଷ ପରେ ଏକାକି ବିଜେଡି ସରକାର ୧୪ ବର୍ଷ ହେଲା ଓଡିଶାର ୪ କୋଟି ୮୦ ଲକ୍ଷ ଲୋକଙ୍କ ସଂପତ୍ତି ବିକି ଚାଲିଛନ୍ତି । ପ୍ରୟୋଜନରେ ବିଦେଶ ଯାଇ ସେମାନଙ୍କୁ ସଂପତ୍ତିବିକ୍ରିର ଲୋଭଦେଖାଇ ପାଛୋଟି ଆଣୁଛନ୍ତି । ରାଜ୍ୟବାସୀଙ୍କ ସଂପତ୍ତିର ମାଲିକ ସରକାର ନୁହେଁ – ସେମାନେ ରକ୍ଷକ । ରକ୍ଷକ ଯଦି ଭକ୍ଷକ ହୁଏ – ତା’ହେଲେ ଆମେ ଚିରକାଳ ଯେଉଁ ଗରୀବକୁ ସେଇ ଗରୀବ ହୋଇ କ’ଣ ରହିଥିବା ? ଶ୍ରୀ ନାୟକ ଲେଖିଛନ୍ତି – ମୋର ଛ’ଦଶକର ରାଜନୈତିକ ଜୀବନରେ ଏ ଆଖି ଅନେକ କିଛି ଦେଖିଛି – ଏବେ ମ୍ମ ଦେଖୁଛି । ସତରେ କ’ଣ ଆମର ପ୍ରାଚୁର୍ଯ୍ୟଭରା – ଧନଧାନ୍ୟରେ ପରିପୂର୍ଣ୍ଣ ଓଡିଶା ମାତ୍ର ପାଞ୍ଚଭାଗ ଧୂର୍ତ୍ତଙ୍କ ସିନ୍ଦୁକରେ ସବୁଦିନେ ପଶିଯାଉଥିବ ? ଏହାର କ’ଣ ପ୍ରତିକାର ନାହିଁ । ଆମେସବୁ କାଙ୍ଗାଳ, ମାଗଣାଖିଆ – ସେମାନଙ୍କ ହାତଟେକାକୁ ଚାହିଁ ରହିଛନ୍ତି – ମାଗଣାପାଇଲେ ଭୋଟ୍‍ କୁଢେଇଦେଉଛନ୍ତି । ଏ ମାଗଣାସଂସ୍କୃତି ପ୍ରଥମେ ତାମିଲନାଡୁରୁ ଆରମ୍ଭ ହୋଇ ସାରାଦେଶକୁ ବ୍ୟାପିଯାଇଛି । ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭକରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମାଗଣା ବାଣ୍ଟିବାରେ ବ୍ୟସ୍ତ – କେବଳ କ୍ଷମତା ପାଇଁ । ବୀରଭାରତରେ ଭୀରୁ ବର୍ବରବର୍ଗଙ୍କ କବଳରୁ ଆମେ କେବେ ରକ୍ଷା ପାଇବା ? କେବେ ମାଗଣା ଖାଇଖାଇ ଖୋଡିଆହୋଇ ଆମ ପରିବାରଙ୍କୁ ଧ୍ୱଂସମୁଖକୁ ଟାଣି ନେଉଥିବା ? ଏସବୁ କୋଟିଏଏକ ପ୍ରଶ୍ନର ଉତ୍ତର ଦେବ କିଏ ? ହଁ – କେବଳ ଓଡିଶାର ଦୀନଦରୀଦ୍ରମାନେ ଯେଉଁଦିନ ମାତିବେ – ତାତିବେ – ସେମାନେ କାହାକୁ କ୍ଷମା ଦେବେନି ବୋଲି ଶ୍ରୀ ନାୟକ ସତର୍କ କରିଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ