୨୬ରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି ଜିଲା ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ପ୍ରଥମ ଜିଲ୍ଲା ସମ୍ମିଳନୀ ଓ ସାଧାରଣ ସଭା ଆସନ୍ତା ୨୬ ତାରିଖ ଦିନ ଷ୍ଟେସନ କ୍ଲବ୍ ସଭାଗୃହରେ ଅନୁଷ୍ଠିତ ହେବ । ଏନେଇ କମିଟିର ଶେଷ ବୈଠକ ଭୂପତି କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ଡ. କେଶବ ଚରଣ ପଣ୍ଡା ସମ୍ମିଳନୀର ସର୍ବଶେଷ ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ । ସମ୍ମିଳନୀର ଉଦ୍‌ଘାଟନ ଅଧିବେଶନରେ ବାଲେଶ୍ୱର ସାଂସଦ, ସଦର, ରେମୁଣା ଓ ନୀଳଗିରି ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ସଭାପତି ଓ ବାଲେଶ୍ୱରର ପୌରାଧ୍ୟକ୍ଷା ଏବଂ ବହୁ କୃଷିବିତ୍‌, ଶିକ୍ଷାବିତ୍ ଯୋଗଦେବାକୁ ସଦୟ ସମ୍ମତି ପ୍ରଦାନ କରିଥିବା ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଜିଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳ କମିଟିର ଶତାଧିକ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେବେ । ଉତ୍ତର ଓଡ଼ିଶାର କୃଷି-କୃଷକର ସ୍ୱାର୍ଥପାଇଁ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠାର ଯଥାର୍ଥତା ସମ୍ପର୍କରେ ବିଭିନ୍ନ ଅଧିବେଶନରେ ଆଲୋଚନା ହୋଇ ପ୍ରସ୍ତାବ ଗ୍ରହଣ କରାଯିବାକୁ ପ୍ରସ୍ତୁତିବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକ ପରେ କର୍ମକର୍ତ୍ତାମାନେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି ସମିତିର ଦାବି ସମ୍ପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ବିଜୟ କୁମାର ପାତ୍ର, ଭାସ୍କର ଚନ୍ଦ୍ର ପାଢ଼ୀ, ରବିନାରାୟଣ ଭୋଳ, ଅନନ୍ତ କୁମାର ଦତ୍ତ, ଡ. କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ହରନାରାୟଣ ମଢ଼ୁଆଳ, ଅଭୟ ଚନ୍ଦ୍ର ମିଶ୍ର, ଶ୍ୟାମସୁନ୍ଦର ଜେନା, ଗୌରାଙ୍ଗ ପାଣିଗ୍ରାହୀ, ଲୋକନାଥ ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୀତାରାମ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ