ପ୍ରାନ୍ତୀୟ ମାରୱାଡ଼ି ସମ୍ମେଳନର ସାଧାରଣ ପରିଷଦ ଅଧିବେଶନ
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍କଳ ପ୍ରାନ୍ତୀୟ ମାରୱାଡ଼ି ସମ୍ମେଳନ ବାଲେଶ୍ୱର ଶାଖାର ସାଧାରଣ ପରିଷଦ ଅଧିବେଶନ ସହରର ମୋତିଗଞ୍ଜ ସ୍ଥିତ ରାଜସ୍ଥାନ ଭବନରେ ଅନୁଷ୍ଠିତ ହୋଇଯାଇଛି । ମାରୱାଡ଼ି ସମ୍ମେଳନର ବାଲେଶ୍ୱର ଶାଖା ସଭାପତି ଧର୍ମେନ୍ଦ୍ର ପ୍ରସାଦ ମୋର ଏଥିରେ ସଭାପତିତ୍ୱ କରିବା ସହ ସମାଜ ସଂସ୍କାର ଓ ଜନକଲ୍ୟାଣ କାର୍ଯ୍ୟରେ ସଂଗଠନର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସମାଜଗଠନ କାର୍ଯ୍ୟରେ ମାରୱାଡ଼ି ସମ୍ମେଳନର ପ୍ରତ୍ୟେକ ଅନୁବନ୍ଧିତ ସଂଗଠନ ସହ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ଶ୍ରୀ ମୋର ପରାମର୍ଶ ଦେଇଥିଲେ । ଜିଲା ସମ୍ପାଦକ ସୌରଭ ରାଠି, କୋଷାଧ୍ୟକ୍ଷ ସୁଶୀଲ ଜାଲାନ, ରାଜକୁମାର ଖଣ୍ଡେଲୱାଲ, ଶିବ କୁମାର ପୋଦାର, ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମେଳନର କାର୍ଯ୍ୟକାରିଣୀ ସଦସ୍ୟ ଦ୍ୱାରକା ପ୍ରସାଦ ମୋର ପ୍ରମୁଖ ଏଥିରେ ଯୋଗଦେଇ ସଂଗଠନର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ନିଜ ମତାମତ ରଖିଥିଲେ । ଅପରିଚିତ ବ୍ୟକ୍ତିଙ୍କ ଶବଦାହ କରାଉଥିବା ମନୋଜ ପୋଦାରଙ୍କୁ ଏହି ଅବସରରେ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥି ସହିତ ମାରୱାଡି ସମାଜର ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିଷୟବସ୍ତୁ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଦସ୍ୟ ମିଠୁ ପୋଦାର ଏଥିରେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରଞ୍ଜିତ ଖଣ୍ଡେଲୱାଲ, ସଞ୍ଜିବ ଅଗ୍ରୱାଲ, ମହେନ୍ଦ୍ର ଶାହା, ମନୋଜ ମୋଦି, ସନ୍ତୋଷ ମୋଦି, ନୱଲ ଅଗ୍ରୱାଲ, ମନୋହର ପେରିୱାଲ, ମୋହିତ ପୋଦାର, ସାଜନ ଅଗ୍ରୱାଲ ପ୍ରମୁଖ ମାରୱାଡି ସମାଜର ବହୁ ସଦସ୍ୟ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


