୨୬୩ ବୁଥ ମଧ୍ୟରୁ ୯୧ଟି ବୁଥକୁ ଉତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ପ୍ରଚାର ଜୋରଦାର ଜାରି ରହିଛି । ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ସଠିକ ଭାବେ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରସ୍ତୁତି କରାଯାଉଛି । ବ୍ଳକ ପ୍ରଶାସନ ତରଫରୁ ମିଳିଥିବା ସୂଚନାନୁଯାୟୀ ଉକ୍ତ ବ୍ଳକରେ ୧୬ଟି ପଂଚାୟତରେ ୨୬୩ଟି ମତଦାନ କେନ୍ଦ୍ରରେ ମତଦାତାମାନେ ମତବ୍ୟକ୍ତ କରିବେ । ୨୬୩ଟି ବୁଥ ମଧ୍ୟରୁ ୯୧ଟି ମତଦାନ କେନ୍ଦ୍ରକୁ ଉତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ଗଳଦାରୀ ପଂଚାୟତରେ ୧୨ଟି, ଅଲଣାରେ ୩ ଟି,ଗଜରାଜପୁର ରେ୨ଟି, ଘୋଡାଂଶରେ ୪ଟି, ଜାମୁଗାଁରେ ୧୫ ଟି, ରୋହିଆରେ ୨୦ଟି,ବଛୋଳୋରେ ୧୧ଟି, ନାଉଗାଁରେ ୪ ଟି,ଶିଖରରେ ୭ଟି, କୋରୁଅରେ ୫ ଟି, ଓଷକଣାରେ ୫ ଟି, ଡାବର ପଂଚାୟତରେ ୩ ଟି ବୁଥକୁ ଉତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି । ଏହି ସବୁ ବୁଥରେ କିପରି ଶାନ୍ତିଶୃଙ୍ଖଳା ସହ ଭୋଟ ସଂଗ୍ରହ କରାଯିବ ସେଥିପ୍ରତି ବ୍ଳକ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯିବ ବୋଲି ବିଡିଓ ରଶ୍ମୀରେଖା ମଲ୍ଲିକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ