୨୮୦ ଲିଟର ଚୋରା ଦେଶୀମଦ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢଉ ଜାରି ରହିଛି । ବିଶେଷ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ତାକୁ ଧ୍ୟାନ ଦେଇ ଅବକାରୀ ଚଢଉକୁ ଜୋର୍‌ଦାର କରାଯାଇଥିବାର ଜିଲ୍ଲା ଅବକାରୀ ଅଧିକ୍ଷକ ସୁବ୍ରତ କୁମାର ସେଠୀ ସୂଚନା ଦେଇଛନ୍ତି । ପାରଳାଖେମୁଣ୍ଡି, ଆର୍‌.ଉଦୟଗିରି ଓ କାଶୀନଗର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଧରପଗଡ କରାଯାଇ ୫ହଜାର ୬୦୦ ଲିଟର ମହୂଲ ପୋଚକୁ ଜବତ କରି ନଷ୍ଟି କରାଯାଇଥିବା ବେଳେ ୨୮୦ଲିଟର ଚୋରା ରନ୍ଧା ଦେଶୀ ମଦ ସହ ପ୍ଲାଷ୍ଟିକ ଡ୍ରମ, ମଦ ପ୍ରସ୍ତୁତି ପାଇଁ ବିଭିନ୍ନ ସରଞ୍ଜାମ ଆଦିକୁ ଜବତ କରିଛି ଅବକାରୀ ବିଭାଗ । ଏହା ସହ ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଥିବାର ମଧ୍ୟ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ