୨୯ରେ ହେବାକୁଥିବା ଗଣବିକ୍ଷୋଭ ଲାଗି ଏସୟୁସିଆଇର ପଦଯାତ୍ରା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଦରଦାମ ବୃଦ୍ଧି, ବେକାରୀ, ଖାଦ୍ୟଦ୍ରବ୍ୟ ୁପରେ ଜିଏସଟି ବୃଦ୍ଧି ବିରୁଦ୍ଧରେ ଓ ବର୍ଷବର୍ଷ ଧରି ଭୋଗଦଖଲ କରି ବସବାସ କରିଆସୁତôବା ଚାଷଜମି ଓ ଘରଡିଅକୁ ପଟ୍ଟା ଯୋଗାଇଦେବା ଓ ଜଂଗଲ ଆଇକୁ ସଂଶୋଧନ କରି ଜଂଗଲ ନିୟମାବଳୀ ୨୦୨୨ବିଜ୍ଞପ୍ତିକୁ ବାତିଲ କରିବା ଭଳି ବିଭିନ୍ନ ଦାବିନେଇ ଆସନ୍ତା ୨୯ତାରିଖରେ ଭୁବନେଶ୍ୱରରେ ଏସୟୁସିଆଇ ପକ୍ଷରୁ ହେବାକୁଥିବା ଗଣ ବିକ୍ଷୋଭରେ ସାମିଲ ହେବାଲାଗି ଆଜି ଏସୟୁସିଆଇ (କମୁନିଷ୍ଟ) ଶାଳଣିଆଁ ଶାଖା ପକ୍ଷରୁ ଏକ ଜନସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରବିନ୍ଦ୍ର କୁମାର ଦାସ, ଚନ୍ଦ୍ରକାନ୍ତ ଦାସ, ଅକ୍ଷୟ ଜେନା, ସୁବାସ ନାୟକ, ପ୍ରଜ୍ଞାମିତା ଜେନା, ରମେଶ ନାୟକ, ହରପ୍ରୀୟା ନାୟକ, ବଳରାମ ପେରେଇ, ତପନ ସିଂ, ଆଦିକନ୍ଦ ଜେନା, ଅନାମ ମୁଖୀ, ଦେବେନ୍ଦ୍ର ସେଠୀ, ବସନ୍ତ ଭୋଇ ପ୍ରମୁଖ ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ୨୯ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିଶାଳ ଗଣବିକ୍ଷୋଭରେ ସାମିଲ ହେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ ।


