ବର୍ଷାରେ ମାଟିଘର ଭାଙ୍ଗିଯାଇ ଗୃହକର୍ତ୍ତା ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟରେ ଯେପରି ଆଉ ମାଟିଘର କି ଚାଳଛପର ଘର ନରହିବ ସେନେଇ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଯୋଗାଇ ଦେଉଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ଗରିବଙ୍କ ପାଇଁ କମ ଓ ଧନିକ ଶ୍ରେଣୀୟ ଲୋକମାନେ ଯୋଜନାର ଅଧିକ ସୁପଳ ହାତେଇବାରେ ସକ୍ଷମ ହେଉଛନ୍ତି । ଫଳରେ ଗରିବ ମାନେ ସେହି ଭଙ୍ଗା ଚାଳଘରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି । ଯାହାର ଜ୍ଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ । ଗତକାଲି ରାତିରେ ଗ୍ରାମର ଅରୁଣ ପ୍ରଧାନ ନାମକ ଜଣେ ବ୍ୟକ୍ତି ଙ୍କ ପରିବାର ଲୋକେ ଭଙ୍ଗା ଚାଳଘରେ ଶୋଇଥିବାବେଳେ ବର୍ଷା ପବନରେ ତାଙ୍କର ଘରଟି ଭାଙ୍ଗି ପଡିଥିôଲା । ଫଳରେ ଅରୁଣ ଗୁରୁତର ଆହତ ହୋଇଥିଲେ । ପରିବାର ଓ ସାହି ପଡିଶା ଲୋକମାନେ ଆମ୍ବୁଲାନସ ଡକାଇ ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବାବେଳେ ଛାତି ଓ ମୁହଁରେ ମଧ୍ୟ ଆଘାତ ଲାଗିଥିବାରୁ ତାଙ୍କୁ କଟକ ସ୍ଥାନନ୍ତର କରାଯାଇଛି । ଖବରପାଇ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ରାଉତ ଆଜି ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ କହିବାକଥା ଯେ ଏପରି ଗରିବ ଲୋକଙ୍କୁ ସେତେବେଳେ ଘର ଦିଆଗଲା ନାହିଁଁ । ଖାଲି ଅରୁଣ ନୁହଁନ୍ତି ଆହୁରି ଅନେକ ଲୋକ ଏହିପରି ଭଙ୍ଗା ଚାଳଘରେ ବସବାସ କରୁଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତ ୨୦୧୫/୧୬ ଆର୍ଥôକ ବର୍ଷରେ ଏହି ପଞ୍ଚାୟତକୁ ଦୁଇ ହଜାର ପାଖାପାଖି ଖଣି କ୍ଷତିଗ୍ରସ୍ତ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିବାବେଳେ ଅନେକ ସ୍ୱଚ୍ଛଳବର୍ଗର ଲୋକମାନେ ପକ୍କାଘର ପାଇଥିବାବେଳେ ଅନେକ ଗରିବ ବାଦ ପଡିଗଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ