ଛତ୍ରପୁରରେ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମଉତ୍ସବ ସାମାରୋହ ଉଦଯାପିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁରସ୍ଥ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ପ୍ରବର୍ତ୍ତିତ ସତସଙ୍ଘ ବିହାର ପରିସରରେ ଯଥାରୀତିରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସଵ ସାମାରୋହ ବର୍ଣ୍ଣାଢ୍ୟ ସହକାରେ ପାଳିତ ହୋଇଯାଇଛି । ଠାକୁରଙ୍କ ଜନ୍ମମାସ ଭାଦ୍ରବମାସ ତାଳନବମୀ ତିଥି ଇଂ.ମାସ ସେପ୍ଟେମ୍ବର ୧୬ତାରିଖ ହେତୁ ଠାକୁରଙ୍କ ଏହି ଜନ୍ମମାସ ସିଂହ ସଂକ୍ରାନ୍ତି ଠାରୁ କନ୍ୟା ସଂକ୍ରାନ୍ତି ପର୍ଯ୍ୟନ୍ତ ବିଧିବଦ୍ଧଭାବେ ମାସବ୍ୟାପୀ ମୁଖ୍ୟଆଶ୍ରମ ମନ୍ଦିର ଠାରୁ ଉକ୍ତ ଜନ୍ମସମ୍ଭାର ଆରମ୍ଭ ହୋଇ ବିଭିନ୍ନସ୍ଥାନ, ଅଞ୍ଚଳରେ ମହାସମାରୋହରେ ପାଳିତହୋଇ ଉଦଯାପିତ ହୋଇଥାଏ । ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ପରିସରର ସମ୍ମିଳନୀ ଗୃହରେ ଶନିବାର ଯଥାବିଧିରେ ଠାକୁରଙ୍କ ଜନ୍ମୋତ୍ସଵ ଉଦଯାପିତ ହୋଇଯାଇଛି । ପାରମ୍ପରୀକ ବିଧିକ୍ରମେ ପ୍ରବଚନ, ଠାକୁରଙ୍କ ବାଣୀ ମାହାତ୍ମ୍ୟ ଉପରେ ଆଲୋକପାତ ହୋଇଥିଲା ।ସଂକୀର୍ତ୍ତନ, ହରିବୋଲ, ଠାକୁରଙ୍କ ଭଜନ ଆଦି ପରିବେଷିତ ହୋଇ ଉକ୍ତ ସ୍ଥାନଟି ଆଧ୍ୟାତ୍ମିକ ବାତାବରଣରେ ପରିବେଶଟି ମୁଖରୀତ ସୃଷ୍ଟି କରିଥିଲା । ପ୍ରବକ୍ତା ଭାବେ ଶ୍ରୀ ସଞ୍ଜୀବ ନାୟକ ଏବଂ ପ୍ରଫେସର ଡ଼ଃ. ବିଜୟ କୁମାର ପରିଡ଼ା ଯୋଗଦେଇ ଠାକୁରଙ୍କ ଅନେକ ଦିଗଦର୍ଶନ ଉପରେ ଆଲୋକପାତ କରି ପୁରୁଷୋତ୍ତମ ଠାକୁର ଯୁଗେ ଯୁଗେ ଧାରାପୃଷ୍ଠରେ ଅବତରଣ କରିଥାନ୍ତି, ସଂସାରରେ ଆଲୋକ ଦେଖାଇ ମହିମାମଣ୍ଡିତ କରିଥାନ୍ତି ବୋଲି ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ କୋଣ ଅନୁକୋଣରୁ ବହୁ ଗୁରୁ ଭାଇ ଓ ଭଉଣୀ, ମାଆମାନେ ତଥା ଶହସ୍ରାଧିକ ଠାକୁରଙ୍କ ଅନୁପ୍ରାଣୀତ ଭକ୍ତଗୋଷ୍ଠୀ ଯୋଗଦେଇ ବିଭୂକୃପା ଲାଭ କରିଥିଲେ । ଛତ୍ରପୁର ପୋୖରଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ସମ୍ମାନୀତ ଅତିଥୀଭାବେ ଯୋଗଦେଇଥିଲେ । ମୁଖ୍ୟ ଉଦ୍ୟକ୍ତା ଠାକୁରଙ୍କ ଅନୁପ୍ରାଣୀତ ତଥା ସହ-ପ୍ରତିରୀତିକ ବି.ପାରସାୟା ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବାବେଳେ ଛତ୍ରପୁର ସତସଙ୍ଘ ବିହାର ର ପରିଚାଳକ ସି.ଏଚ.ଜୟପ୍ରକାଶ ପାତ୍ର ସତସଂଘ ପରିଚାଳନା କରିଥିଲେ । ସତସଙ୍ଘ ବିହାର ଆନୁକୂଲ୍ୟରେ ଆୟୋଜିତ ଠାକୁରଙ୍କ ଜନ୍ମୋତ୍ସଵ ର ଉଦଯାପନୀ ସମ୍ଭାରରେ ବହୁ ଗୁରୁଭାଇମାନେ ସକ୍ରୀୟ ସହଯୋଗ କରିଥିଲେ ।


