୨୯ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ନିମାପଡ଼ା, (ସନ୍ତୋଷ ଦାଶ):ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ନିମଗ୍ନ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଯାତ୍ରୀନିଵାସ ଠାରେ ମାଟ୍ରିକ ମେଧା ସମ୍ମାନ -୨୦୨୩ ଆୟୋଜିତ ହୋଇଯାଇଛି। ଏଥିରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଗୋପ ଵ୍ଲକର ୧୯ଜଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କର ପ୍ରଧାନ ଶିକ୍ଷକ ମାନଙ୍କୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଛି। କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ବିଶ୍ୱଜିତ ଘୋଷ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ରୂପେ କିଟ୍ ର ପ୍ରତିଷ୍ଠାତା ସଦସ୍ୟ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଏବଂ ସମ୍ମାନୀତ ଅତିଥି ରୂପେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଶିକ୍ଷାବିତ୍ ଗୋପୀନାଥ କର, ଶିକ୍ଷାବିତ୍ ଶରତ ଚନ୍ଦ୍ର ପ୍ରଧାନ, ମନମୋହନ ସ୍ୱାଇଁ, ଶ୍ରୀ ସାହିତ୍ୟର ସଂପାଦକ କୃଷ୍ଣ ନାୟକ, ଵାନରସେନା ସଂପାଦକ ପ୍ରକାଶ ଚନ୍ଦ୍ର ଖଟୋଇ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ତ୍ରିପାଠୀ, କଵି ଚିତ୍ତରଞ୍ଜନ ଵିଶ୍ୱାଳ, ସମାଜସେବୀ ନିରଞ୍ଜନ ସାହୁ ଓ ରବୀନ୍ଦ୍ର ପ୍ରଧାନ ଯୋଗଦେଇ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ବହୁତ ପାଠ ପଢ଼ି ଭଲ ମଣିଷ ହେଵା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ଅତିଥିମାନେ ଗୋପ ଵ୍ଲକର ଯୁଗ୍ମ ଟପ୍ପର ଇପ୍ସିତା ମିଶ୍ର ଓ ଏମ୍.ଏସ୍. ସୂର୍ଯ୍ୟାଂଶ ସାସମଲଙ୍କ ସମେତ ୧୯ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର, ମେଡାଲ୍ ଓ ପାଠ୍ୟୋପକରଣ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୟାହାଟ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ମା’ ଭୁଆସୁଣୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଵିଭୁଦତ୍ତ ନାୟକ, ଛଇତନା ହାଇସ୍କୁଲ ଶିକ୍ଷକ ଦେବେନ୍ଦ୍ର କୁମାର ସ୍ୱାଇଁ, ମେଧାବୀ ଛାତ୍ରୀ ଇପ୍ସିତା ମିଶ୍ର ଓ ଅନୁରୂପା ସ୍ୱାଇଁଙ୍କ ସମେତ ଅନ୍ୟମାନେ ଶୈକ୍ଷିକ ସଫଳତା ହାସଲ ସଂପର୍କରେ ନିଜ ନିଜର ଅନୁଭୂତି ବଖାଣି ଥିଲେ। କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ମାଟ୍ରିକ ମେଧା ସମ୍ମାନ ଆୟୋଜନର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରତାପ ରାଉତ ଓ କୋଣାର୍କ ସାହିତ୍ୟ ସଂସଦର ସହସଂପାଦକ ମହେନ୍ଦ୍ର କୁମାର ଦାଶ ସଭା ଓ ସମ୍ଵର୍ଦ୍ଧନା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଗଙ୍ଗାଧର ରାଉତ, ସମାଜସେବୀ ନିରଞ୍ଜନ ତ୍ରିପାଠୀ, ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ଓ ଯୋଗାଚାର୍ଯ୍ୟ ବାମଦେବ ଆଳୁକ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ