୩୧ ଡିସେମ୍ବରରୁ୨ ଜାନୁଆରୀ ପର୍ଯ୍ୟନ୍ତ ସାମୂହିକ କାର୍ଯ୍ୟକ୍ରମ ମନା

ବାଲେଶ୍ୱର, (ସରୋଜ ପଣ୍ଡା) :କୋଭିଡ୍‌-୧୯ର ନୂତନ ପ୍ରଜାତି ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୩୧ରୁ ୨ଜାନୁଆରୀ ପର୍ଯ୍ୟନ୍ତ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଆଦେଶନାମା ୭୪୫୮/ ତା୨୪.୧୨.୨୦୨୧ରିଖ ଅନୁଯାୟୀ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୩୧ ତାରିଖରୁ ୨ ତାରିଖ ମଧ୍ୟରେ ଜିଲାରେ କୌଣସି ବଡ଼ ସମାବେଶ, ଶୋଭାଯାତ୍ରା, ନାଚଗୀତ, ନ୍ୟୁ ଇୟର ଜିରୋ ନାଇଟ ସେଲିବ୍ରେସନ, ନୂତନ ବର୍ଷକୁ ସ୍ୱାଗତ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଅନୁମତି ଦିଆଯିବ ନାହିଁ । ସେହିପରି ଧାର୍ମିକ କ୍ଷେତ୍ର ଓ ପର୍ଯ୍ୟଟନସ୍ଥଳୀ ଯଥା ତାଳସାରୀ-ଉଦୟପୁର, ଡଗରା, ଚାନ୍ଦିପୁର ବେଳାଭୂମି ସମେତ ଭୂଷଣ୍ଡେଶ୍ୱର, ଚନ୍ଦନେଶ୍ୱର, ପଂଚୁଲିଙ୍ଗେଶ୍ୱର, ନୀଳଗିରି ଜଗନ୍ନାଥ ମନ୍ଦିର, କୁଲଡିହା ଅଭୟାରଣ୍ୟ, କ୍ଷୀରଚୋରା ମନ୍ଦିର, ଇମାମୀ ଜଗନ୍ନାଥ ମନ୍ଦିର, ଇତ୍ୟାଦିରେ ଜନସମାଗମ କିମ୍ବା ପିକନିକ୍ ପାଇଁ ନିଷେଧାଦେଶ ଜାରି କରାଯାଇଛି । କୌଣସି ପ୍ରକାର ସାମୂହିକ ଭୋଜିଭାତ ଆୟୋଜନ ଉପରେ କଟକଣା ଲଗାଯାଇଛି । ପିକନିକ ସ୍ପଟ ଏବଂ ପର୍ଯ୍ୟଟନସ୍ଥଳୀରେ ତୀକ୍ଷ୍ଣ ନଜର ରଖିବାକୁ ପ୍ରଶାସନିକ ଏବଂ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବ୍ୟକ୍ତି ଏହାର ଉଲ୍ଲଙ୍ଘନ କଲେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ର ଧାରା ୫୧ ରୁ ୬୦, କୋଭିଡ୍‌-୧୯ ରେଗୁଲେସନ୍ ୨୦୨୦ ଏବଂ ଆଇପିସିର ଧାରା ୧୮୮ ଅନୁଯାୟୀ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ