ଅଡବା ଅଞ୍ଚଳରେ ଚୈତ୍ର ଜାନୀ ଯାତ୍ରା ମହସମାରୋହରେ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଓ ଝିଲିକି ଗ୍ରାମ ରେ ବହୁ ଆଡମ୍ବର ସହକାରେ ମାଁଙ୍କ ଚୈତ୍ର ଜାନୀ ଯାତ୍ରା ପାଳନହୋଇଛି । ଗତ ଦୁଇ ବର୍ଷ ହେଲା କରୋନା ସଂକ୍ରମଣ ଓ କଟକଣା ଯୋଗୁଁ ଆଡମ୍ବର ସହକାରେ ଏହି ଯାତ୍ରା ପାଳିତ ହୋଇ ନ ଥିବା ବେଳେ ଚଳିତ ବର୍ଷ ବହୁ ଜାକଜକମରେ ସ୍ଥାନୀୟ ଅଂଚଳ ବାସୀ ବହୁ ଆଡମ୍ବରରେ ପାଳିଥିବାର ଲକ୍ଷ୍ୟ କରାଯାଇଥିଲା । ଏଥିଲାଗି ପାରମ୍ପାରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ସହ ଗଜା ମୁହାଁ, ପଣା, ଝୁଣା ଦେଇ ମାଁ ଙ୍କୁ ଆରଧନା କରି ପ୍ରତ୍ୟେକ ଘର ଘର ବୁଲାଇ ଠକୁରାଣୀ ମାଁଙ୍କୁ ପାଦୁକା ଧୋଇ ପଣା ଧୂପ ଦୀପ ଦେଇ ଦ୍ୱାର ମୁହଁରେ ଠାକୁରାଣିଙ୍କ ଆଶିର୍ବାଦ ନେଇଥିଲେ । ଭକ୍ତମାନେ ମନରେ ଯାହା ମନାଷିବେ ତାହା ପୁରୁଣ ହେଉଛି ବୋଲି ଅଞ୍ଚଳ ବାସୀ ବିଶ୍ୱାସ କରି ଚୈତ୍ରମାସର ଜାନୀ ଯାତ୍ରା ପାଳନ କରିଆସୁଛନ୍ତି । ଆଜି ଗ୍ରାମର ସମସ୍ତଙ୍କ ଘରେ ପିଠା ପଣା ସହ ଘରକୁ ଅତିଥି ଆସି ଠକୁରାଣୀଙ୍କୁ ଭୋଗ ଲଗାଇ ପୂଜା କରି ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା ।


