୩୫ନଂ ଜୋନରେ ବିଜେଡି ପକ୍ଷରୁ ‘କରୋନା’ ସଚେତନତା ପଦଯାତ୍ରା 

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ୩୫ନଂ ଜୋନରେ ବିଜେଡି ପକ୍ଷରୁ କରୋନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଠାରୁ ସମଗ୍ର ରାଜ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଶାସଙ୍ଗ, ହାଟଡିହି, ମରୈଗାଁ, ସଢ଼ା ଆଦି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଶାସଙ୍ଗ ପଞ୍ଚାୟତର ଚୋରଗଡିଆ ଠାରେ ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜନସଚେତନତା କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଚୋରଗଡିଆ, ଗୋପାଳପୁର ଆଦି ଗାଁରେ ଘରଘର ବୁଲି ଲୋକମାନଙ୍କୁ ମାକ୍ସ ବଣ୍ଟନ କରିବା ସହିତ ଲୋକମାନଙ୍କୁ ବାହାରକୁ ବାହାରିଲେ ମାକ୍ସ ବ୍ୟବହାର କରିବା, ସାମାଜିକ ଦୁରତା ବଜାୟ ରଖିବା,ନିୟମିତ ସାବୁନରେ ହାତ ଧୋଇବା ପାଇଁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସଭାପତି ରବିନ୍ଦ୍ର କୁମାର ସାହୁ, ସୁଧାକର ଓଝା, ଯୁବ ସମାଜସେବୀ ଧବଳେଶ୍ୱର ପଟ୍ଟନାୟକ, ପ୍ରଦୀପ ଜେନା, ରବୀନ ପାଢ଼ୀ, ମହେଶ୍ୱର ସା, ଯୁବ ବିଜେଡି ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ, ପଞ୍ଚାୟତ ମହିଳା ସଭାନେତ୍ରୀ ରୀନାରାଣୀ ଜେନା, ଶରତ ବେହେରା, ପ୍ରମୋଦ ଜେନା, ବଳରାମ ବିଶ୍ୱାଳ, ପ୍ରଶାନ୍ତ ସ୍ୱାଇଁ, ରବିନ୍ଦ୍ର ଜେନା, ଝୁମ ପୁହାଣ ପ୍ରମୁଖ ଯୋଗଦେଇଥିଲେ । ସେହିପରି ହାଟଡିହି ପଞ୍ଚାୟତରେ ସରପଞ୍ଚ ଅନୁସୁୟା ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଭାଗିରଥି ସେଠୀ ଯୋଗଦେଇ କରୋନା ମହାମାରୀ ଠାରୁ ବିଜୟ ହାସଲ କରିବାକୁ ହେଲେ ଜନ ସଚେତନତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସେ ଲୋକମାନଙ୍କୁ ମାକ୍ସ ଓ ଲିଫଲେଟ ଆଦି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନା, ପଞ୍ଚାୟତ ସଭାପତି କାମପାଳ ନାୟକ, ବିଜୟ କୁମାର ରାଉତ, ଚିନ୍ମୟ ନାୟକ,ବୁଦ୍ଧଦେବ ଜେନା, ଗୋପାଳ ନାୟକ ପ୍ରମୁଖ ଯୋଗଦେଇ ଥିଲେ । ପରେ ମରୈଗାଁ ପଞ୍ଚାୟତରେ ପଞ୍ଚାୟତ ବିଜେଡି ସଭାପତି ଧୁସାଶନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳା ମାନଙ୍କୁ ମାକ୍ସ ବଣ୍ଟନ କରିବା ସହିତ କରୋନା ଯୁଦ୍ଧରେ ଜୟ କରିବାକୁ ଆହ୍ୱାନ ଦେଇଥିଲେ । ସରକାରଙ୍କ ନୀତି ନିୟମକୁ ମାନିଲେ ଯାଇ ଆମେ କରୋନାକୁ ଜୟ କରିପାରିବା ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ବିଜୟ ଦାସ, କିର୍ତ୍ତନ ଭୋଳ, ପ୍ରଫୁଲ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ସଢ଼ାଠାରେ ସରପଞ୍ଚ ଜୟନ୍ତୀ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସେଠୀ ଯୋଗଦେଇ ଘରଘର ବୁଲି ଲୋକମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସମାବେଶରେ ମହିଳା ମାନଙ୍କୁ କରୋନା ସଚେତନତା କାର୍ଯ୍ୟକ୍ରମ ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ବୈଦ୍ୟନାଥ ସାମଲ, ରବିନ୍ଦ୍ର ନରୟକ, ପ୍ରଦୀପ ସାମଲ, ନରହରି ବଳ, ସନ୍ତୋଷ ଜେନା, ଲକ୍ଷ୍ମୀଧର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ