୩ ପଞ୍ଚାୟତବାସୀଙ୍କ ମିଳିତ ବୈଠକ, ବିକାଶ ପାଇଁ ନେଲେ ନିଷ୍ପତି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ଷ ବର୍ଷ ଧରି ବିକାଶ ଅପହଞ୍ଚ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ପଲାବୁଡ଼୍ରିି, ସାଡ଼ିଙ୍ଗିଆ ଓ ପାଙ୍ଗାଉପରସାହି ପଞ୍ଚାୟତର ନିର୍ବାଚନ ଲୋକ ପ୍ରତିନିଧି ଓ ପଞ୍ଚାୟତବାସୀମାନେ ହୋଇଛନ୍ତି ଏକଜୁଟ୍‍। ନିଜ ଅଞ୍ଚଳର ବିକାଶ ପାଇଁ ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି। କାଲାଡ଼ି ଗ୍ରାମ ନିକଟରେ ହୋଇଥିବା ଏହି ବୈଠକରେ ଅସ୍ଥାୟୀ ସଭାପତି ପୁରୁଷୋତମ କହଁର ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଲମ୍ବୋଦର କହଁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବୈଠକରେ ବିଶେଷ କରି ସଂପୃକ୍ତ ଅଞ୍ଚଳମାନଙ୍କରେ ହେଉଥିବା ବାରମ୍ବାର ଛେଳି ଚୋରି ରୋକିବା ସହିତ ପଞ୍ଚାୟତ ଗୁଡ଼ିକର ଗମନା ଗମନ, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ତ ମୌଳିକ ସମସ୍ୟା ଯେଭଳି ଭାବେ ଦୂର ହୋଇ ପାରିବ ଓ ତାହାର ଉନ୍ନତି ପାଇଁ ଏକଜୁଟ୍‍ ହୋଇ କାମ କରିିବା ଦିଗରେ ଆଲୋଚନା ହୋଇଥିଲା। ଏହି ଅବସରରେ ନୂତନ କମିଟି ଗଠନ କରାଯାଇ ସଭାପତି ଭାବେ ଗୋଲକ କହଁରଙ୍କୁ ମନୋନିତ କରାଯାଇଥିବା ବେଳେ ଉପସଭାପତି ଭାବେ ବିଷ୍ଣୁ ଚରଣ କହଁର, ସଂପାଦକ ଭାବେ ଅଭିରାମ କହଁର, ସହ ସଂପାଦକ ଭାବେ ଉଦ୍ଧବ ଦିଗାଲ ପ୍ରମୁଖଙ୍କୁ ମନୋନିତ କରଯାଇଛି। ବୈଠକରେ ଗିରିଧାରି କହଁର, ଜିତ୍ର କହଁର, ବସିରାମ ଦିଗାଲ, ସନକ ଜାଲ, ଦିଲିପ ଦିଗାଲ, ଆନନ୍ଦ ମଲିକ, ଡ଼ଗିଲା କହଁର, ରାଜ କହଁର ଓ ଗୋଲକ କହଁର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ