୩ ବିମାନ ବନ୍ଦରକୁ ସରକାରୀ-ଘରୋଇ ଭାଗିଦାରୀରେ ଲିଜ ପ୍ରଦାନ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

ଭାରତୀୟ ବିମାନ ବନ୍ଦର କର୍ତୃପକ୍ଷ (ଏଏଆଇ)ଙ୍କ ୩ ବିମାନ ବନ୍ଦର-ଅହମ୍ମଦାବାଦ, ଲକ୍ଷେ୍ନø ଓ ମାଙ୍ଗାଲୁରୁକୁ ସରକାରୀ-ଘରୋଇ ଭାଗିଦାରିତାରେ (ପିପିପି) ସର୍ବାଧିକ ବିଡ ପ୍ରଦାନକାରୀ ଆଦାନୀ ଏଂଟରପ୍ରାଇଜେସ ଲିମିଟେଡକୁ ଲିଜ ପ୍ରଦାନ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ବିଡ ଦସ୍ତାବିଜର ସର୍ତାବଳୀ ଅନୁଯାୟୀ ଅଦାନୀ ଏଂଟରପ୍ରାଇଜେସ ଲିମିଟେଡକୁ ଏହି ବିମାନ ବନ୍ଦର ଗୁଡିକର ପରିଚାଳନା, କାର୍ଯ୍ୟକାରିତା ଓ ବିକାଶ ଲାଗି ୫୦ ବର୍ଷ ପାଇଁ ଲିଜ ପ୍ରଦାନ କରାଯିବ ।

ପ୍ରଭାବ
ଏହାଫଳରେ ଏଏଆଇର ଆୟ ବୃଦ୍ଧି ପାଇବ ଏବଂ ଏହାଦ୍ୱାରା ଟାୟାର ୨ ଏବଂ ଟାୟାର ୩ ସହରମାନଙ୍କରେ ନିଯୁକ୍ତି ସୃଷ୍ଟି, ଭିତିଭୂମିର ବିକାଶ ଓ ନିବେଶ ବୃଦ୍ଧି ପାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ