୪ ମନ୍ତ୍ରୀ ଓ ୧୦ଜଣ ଏମପିଙ୍କ ସମେତ ସମସ୍ତ ବିଧାୟକଙ୍କୁ ତାମ୍ପରା ଠାରେ ଭବ୍ୟ ସ୍ୱାଗତ ଜଣାଇଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା): ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକରେ ପଞ୍ଜମ ତଥା ଶେଷ ପର୍ଯ୍ୟାୟରେ ଆଜି ସ୍ମାର୍ଟ ସ୍କୁଲ ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆସିଥିବା ରାଜ୍ୟର ଚାରିଜଣ ମନ୍ତ୍ରୀ ପଦ୍ମିନୀ ଦିଆନ, ଟୁକୁନି ସାହୁ, ପ୍ରଫୁଲ କୁମାର ମଲ୍ଲିକ ଓ ସୁଶାନ୍ତ ସିଂଙ୍କ ସହ ୧୬ ବିଧାୟକ /ବିଧାୟିକା ଓ ୧୦ ଜଣ ଏମ୍‌ପି,ରାଜ୍ୟ ଯୋଜନା ବୋର୍ଡ ର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଙ୍କୁ ତାମ୍ପରା ହ୍ରଦ ଠାରେ ଆଜି ଭବ୍ୟ ସ୍ୱାଗତ କରାଯାଇଥିଲା । ସକାଳ ସାଢେ ୮ଟାରେ ବିଧାୟକ ମାନେ ବୋର୍ଟ କ୍ଲବ ପରିସରରେ ପହଂଚିଥିଲେ । ଛତ୍ରପୁର ବୋର୍ଟ କ୍ଲବ ଠାରୁ ନବନିର୍ମିତ ପାର୍କ ଦେଇ ଅତିଥି ମାନଙ୍କୁ ବ୍ୟାଟେରୀଚାଳିତ ଗାଡିରେ ନିଆଯାଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଉତ୍ତରୀୟ ସହ ଗଞ୍ଜାମ ଜିଲ୍ଲାର ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ୱାରା ପ୍ରସ୍ତୁତ ଆଚାର, ପାମ୍ପଡ, ବଢି ଓ ରନ୍ଧା ଗୁଡ ଆଦି ଦେଇ ସ୍ୱାଗତ କରିଥିଲେ । ଜିଲ୍ଲାର କବିସୂର‌୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବମକେଇ ପାଟରେ ତିଆରି ଉତ୍ତରୀୟ ସହ କିଆ ଫୁଲ ପାଖୁଡାରେ ତିଆରି ବ୍ୟାଗ ଉପହାର ଆକାରରେ ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ୱାସନ ୱ, ବିଏମସି କମିଶନର ଡଃ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଡିଆରଡିଏ ଏପିଡି ଜ୍ୟୋତି ଶଙ୍କର ରାୟ, ବିଡିଏ ସେକ୍ରେଟାରୀ ସମ୍ବିତ ରାଉତ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୈାଧୂରୀସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏଠାରେ ପ୍ରାତଃ ଭୋଜନ ପରେ ଅତିଥି ମାନେ ତାମ୍ପରା ହ୍ରଦ ଓ ପାର୍କ ବୁଲି ଦେଖିଥିଲେ । ପରେ ସେଠାରୁ ଓଡିଶା ପର୍ଯ୍ୟଟନ ବିଭାଗର ଦୁଇଟି ଗାଡିରେ ଦୁଇ ମନ୍ତ୍ରୀଙ୍କ ସହ ସମସ୍ତ ବିଧାୟକ ମା ତାରା ତାରିଣୀଙ୍କ ପ୍ରସିଦ୍ଧ ପୀଠକୁ ଦର୍ଶନ ପାଇଁ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ