୪ ମାସର ଦରମା ଦାବିରେ ଗଜପତି ମହାବିଦ୍ୟାଳୟରେ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧକ୍ଷଙ୍କ କାର୍ଯ୍ୟାଳୟସମୁଖରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀଙ୍କ ଧାରଣା ଦିଆଯାଇଛି.ସୂଚନା ପ୍ରକାରେ ପାଖାପାଖି ୪ ଶହ କର୍ମଚାରୀଙ୍କ ଦୀର୍ଘ ୪ ମାସ ହେବ ବକେୟା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି. ବାରମ୍ବାର ଏନେଇ ଅଭିଯୋଗ କଲେ ସୁଦ୍ଧା କେହି ଶୁଣୁନାହାନ୍ତି. ଆସିଷ୍ଟାଣ୍ଟ ପ୍ରଫେସରଙ୍କ କହିବାନୁଯାୟୀ କର୍ମଚାରୀମାନେ ବହୁ ଅସୁବିଧା ଦେଇ ଗତି କରୁଛନ୍ତି. ଏନେଇ ସେକ୍ରେଟାରୀଙ୍କୁ ଜଣାଇଛୁ. ଯଦି ସମସ୍ୟାର ସମାଧାନ ନ ହୁଏ ଆମେ ବାଧ୍ୟ ହୋଇ ଏହି ଆନ୍ଦୋଳନ ଜାରୀ ରଖିବୁ. ଅନେପଟେ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭୂୟାଁ ଏହି ଘଟଣାକୁ ଗମ୍ଭୀର ସହ ନେଇ ଉପର ମହଲରେ ସମସ୍ୟା ବିଷୟରେ ଜଣେଇଛନ୍ତି. ସବୁଠୁ ବଡ଼ କଥା ହେଲା ସେମାନେ ଶିକ୍ଷାଦାନରେ କେବେ ଅବହେଳା କରିନାହାନ୍ତି. ଖାଲି ଦେଖିବାକୁ ବାକି ରହିଲା ଆମ ସରକାର କେବେ ଏମାନଙ୍କ ସମସ୍ୟାର ସମାଧାନ କରି ଦୁଃଖ ଶୁଣୁଛନ୍ତି ଆଉ ତାଙ୍କ ହକ କେବେ ପୂରଣ ହେଉଛି.


