୫୦ ଖଣ୍ଡ ପିଆଶାଳ କାଠ ଜବତ : ୩ ଜଣଙ୍କୁ ଗିରଫ କଲା ବନ ବିଭାଗ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ପକ୍ଷରୁ ଦମାଦୁଆ ପଞ୍ଚାୟତର ଆଠବଖରା ଗ୍ରାମ ଠାରୁ ଜିରୋ କେମ୍ପ୍ ତିନିଛକ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ୪୦୭ ଗାଡ଼ି ନଂ ଓଆର୍ ୦୨ ଟି ୦୨୧୭ କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲ| ଯାଞ୍ଚ ପରେ ସେଥିରୁ ପ୍ରାୟ ୫୦ ଖଣ୍ଡ ପିଆଶାଳ କାଠ ବାହାରିଥିଲ । ଉକ୍ତ କାଠ ପାଣିଗଣ୍ଡା ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ଗୌଡଗୋଠ ଗ୍ରାମାଞ୍ଚଳକୁ ଚୋରା ଚାଲାଣ କରାଯାଉଥିବାର ଜାଣିବାକୁ ପାଇଥିଲେ । ଏହି ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛନ୍ତି ବନ ବିଭାଗ ଅଧିକାରୀ । ଗିରଫ ବ୍ୟକ୍ତି ମାନେ ହେଲେ ଗୁରୁଝୁଳି ଗ୍ରାମର ବାବୁଲା ବେହେର୍ଦଳାଇ, ପଣସଡିହ ଗ୍ରାମର ନିର୍ମଳ ବେହେର୍ଦଳାଇ, ପୁରୁଣପାଣି ଗ୍ରାମର ମୋଜେସ ମାଝୀ ବୋଲି ଜଣାପଡିଛି | ଉକ୍ତ କାଠର ଆନୁମାନିକ ବଜାର ଦର ଲକ୍ଷାଧିକ ଟଙ୍କା ହେବ ବୋଲି ମୋହନା ବାନାଞ୍ଚଳ ଅଧିକାରିଣୀ କଳ୍ପନା ନାୟକ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ମୋହନା ବନବିଭାଗରେ କେସ ନଂ ଓଆର୍୦୧ /୨୨/ ୨୩/ ୨୩-୫୦ ରେ ଏକ ମାମଲା ରୁଜୁ ହୋଇଥିବାର ବିଭାଗ ସୂତ୍ରରୁ ପ୍ରକାଶ । ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଅଡବା ଫରେଷ୍ଟର ଲକ୍ଷ୍ମୀ ବେହେରା, ମୋହନା ଫରେଷ୍ଟର ମୁନା ଶତପଥି, ପାଣିଗଣ୍ଡା ଫରେଷ୍ଟର ରାମକାନ୍ତ ରଇତ, ମୋହନା ଡେପୁଟି ରେଞ୍ଜର ସାବିତ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


