ଓଡ୍ରାଫ ଟିମ୍‌ର ପ୍ରସ୍ତୁତି ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଗୋଷାଣୀ ଠାରେ ମୁତୟନ ହୋଇ ଥିବା ଓଡ୍ରାଫ ଟିମର ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଥିବାର ଜଣାପଡିଛି । ସୂଚନାଯୋଗ୍ୟ ଯେ, ‘ଅସାନି’ ବାତ୍ୟା ପ୍ରଭାବରେ ଲଗାଣ ବର୍ଷାର ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କାକୁ ଲକ୍ଷ୍ୟ କରି ଏହାର ମୁକାବିଲା ଲାଗି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଓଡ୍ରାଫ ଟିମ୍ ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ମୁତୟନ ହୋଇ ରହିଛନ୍ତି । ଏମାନେ ଜରୁରୀକାଳୀନ ପରିସ୍ଥିତିରେ ଘଟଣାସ୍ଥଳକୁ ତୁରନ୍ତ ଯିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏମାନଙ୍କ ପୂର୍ବପ୍ରସ୍ତୁତିକୁ ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ସମୀକ୍ଷା କରିବା ସହ ଏନେଇ ଉକ୍ତ ଟିମ୍ ବିସ୍ତୃତ ଆଲୋଚନା ମଧ୍ୟ କରିଛନ୍ତି । ଓଡ୍ରାଫ ଟିମ୍ ମଧ୍ୟ ବେସ ସଜାଗ ହୋଇ ସମସ୍ତ ପ୍ରସ୍ତୁତିକୁ ଶେଷ କରି ଆବଶ୍ୟକୀୟ ଉପକରଣ ତଥା ସରଞ୍ଜାମ ଗୁଡିକୁ ଆଗୁଆ ପରୀକ୍ଷଣ କରି ପ୍ରସ୍ତୁତ ଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ