ସମାଜବାଦୀ ପାର୍ଟି ପକ୍ଷରୁ ସମ୍ବିଧାନ ଦିବସ ଓବିସିଙ୍କୁ ୨୭% ସଂରକ୍ଷଣ ଦେବାକୁ ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଭାରତବର୍ଷର ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ସମ୍ବିଧାନର ଲକ୍ଷ୍ୟ ଥିଲା ସମାଜର ଦୁର୍ବଳ ଶ୍ରେଣୀଙ୍କୁ ସାମାଜିକ ନ୍ୟାୟ ଦେବା ଏବଂ ତାଙ୍କର ଅଧିକାର ସୁରକ୍ଷା କରିବା । କିନ୍ତୁ ଦୁଃଖର କଥା ଓଡ଼ିଶାରେ ଆଜି ୫୪ଭାଗ ପଛୁଆବର୍ଗଙ୍କର ସାମ୍ବିଧାନିକ ଅଧିକାରକୁ ପ୍ରଦାନ କରାଯାଇ ପାରିନାହିଁ । ଫଳରେ ରାଜ୍ୟର ପଛୁଆବର୍ଗ ତାଙ୍କର ହକ୍ରୁ ବଞ୍ôଚତ ହେବାରେ ଲାଗିଛନ୍ତି । ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ଓବିସି ବର୍ଗଙ୍କୁ ୨୭% ସଂରକ୍ଷଣ ଜାଗାରେ ମାତ୍ର ୧୧.୨୫% ସଂରକ୍ଷଣ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ଓବିିସି ଛାତ୍ରଛାତ୍ରୀଙ୍କୁ ନାମ ଲେଖାରେ କୌଣସି ସଂରକ୍ଷଣ ଦିଆଯାଉ ନାହିଁ । ଯଦିଓ ୨୦୦୫-୦୬ ମସିହାରୁ ଭାରତ ସରକାର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆଇଆଇଏମ୍, ଆଇଆଇଟି ପ୍ରଭୃତିରେ ପଛୁଆବର୍ଗଙ୍କୁ ନାମଲେଖା କ୍ଷେତ୍ରରେ ୨୭% ଭାଗ ସଂରକ୍ଷଣ ଦେଇ ଆସିଛନ୍ତି । ଆଜି ଆମେ ଯେତେବେଳେ ସମ୍ବିଧାନ ଦିବସ ପାଳନ କରୁଛେ, ସେହି ସମୟରେ ରାଜ୍ୟର ଅଧାରୁ ଅଧିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଦେବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି ।ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ସମ୍ବିଧାନ ଦିବସ ପାଳନ କରାଯାଇଛି । ଏହି ଦିବସରେ ସମ୍ବିଧାନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ବିଶେଷ ଆଲୋକପାତ କରି ଶ୍ରୀ ବେହେରା କହିଥିଲେ ଯେ, ଯେପର୍ଯ୍ୟନ୍ତ ସମାଜର ସବୁଠାରୁ ଶେଷ ପାହାଚରେ ଥିବା ମଣିଷଟିର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିପାରି ନାହିଁ, ସେପର୍ଯ୍ୟନ୍ତ ସାମାଜିକ ନ୍ୟାୟ ବିଳମ୍ବିତ ହୋଇଚାଲିଥିବ । ତେଣୁ ରାଜ୍ୟ ସରକାର ପଛୁଆବର୍ଗଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାର ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ଚାଷୀନେତା ବିଜୟ ବେହେରା, ଯୁବନେତା ଦେଶପ୍ରିୟ ଦାସ, ଦେବାଶିଷ ମହାପାତ୍ର, ଓମ୍ ପ୍ରକାଶ ଦାସ, ସୌମ୍ୟରଞ୍ଜନ ଦାସ ଓ ନାରୀନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ଆଜିର ଆଲୋଚନାରେ ଅଂଶଗ୍ରହଣ କରି ସମ୍ବିଧାନରେ ଲିଖିତ ଗଣତନ୍ତ୍ର, ଧର୍ମନିରପେକ୍ଷତା, ସମାଜବାଦ ଓ ସ।।ମଜିକ ନ୍ୟାୟ କାର୍ଯ୍ୟକାରୀ କରିବା ପାଇଁ ସରକାର ଉଦ୍ୟମ କରିବାକୁ ମତବ୍ୟକ୍ତ କରିଥିଲେ । ଶେଷରେ ନରେନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


