୫ ପଞ୍ଚାୟତ ର ଶହ ଶହ ଏକର ଚାଷଜମି ଜଳମଗ୍ନ

ନିମାପଡ଼ା, (ସନ୍ତୋଷ ଦାଶ):ଦେବୀ ନଦୀ ରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଏହାର ଶାଖା ନଦୀ ଭଉଁରିଆ ନଦୀ ର ଝାଡଲିଂ ଠାରେ ୧୦ ଫୁଟ ଲମ୍ବ ର ବନ୍ଧ ଦବି ଯାଇଥିବା ବେଳେ କାଳେ ଏଠାରେ ଘାଇ ସୃଷ୍ଟି ହେବ ସେଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ପକାଯାଇଛି।ଏହି ବନ୍ଧ ର ପୁଇ ଚାନ୍ଦିଆଁ ଠାରେ ୮ଫୁଟ ଲମ୍ବ ର ଘାଇ ସୃଷ୍ଟି ହୋଇଥିବାରୁ ବନ୍ୟାଜଳ ଆଳସାହି, ଆଳଙ୍ଗପୁର, ନଗର, ନୂଆଗଡ, ନଇଗୁଆଁ ପ୍ରଭୂତି ୫ଟି ପଞ୍ଚାୟତ ର ଶହ ଶହ ଏକର ଚାଷଜମି ରେ ମାଡିବାରେ ଲାଗିଛି।ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ବନ୍ଧ ରେ ଘାଇ ସୃଷ୍ଟି ହୋଇଛି ବୋଲି ଆଳସାହି ଗ୍ରାମ ର ପ୍ରବେଶ ବରାଳ ଅଭିଯୋଗ କରିଛନ୍ତି। ଏବେ ଚାଷୀ ମାନେ ବିଲରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ରୁଆ ବେଉଷଣ କାର୍ଯ୍ୟ କରିଥିଲେ। ଏଣୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତୁରନ୍ତ ନଦୀ ବନ୍ଧ ରେ ହୋଇଥିବା ଘାଇ କୁ ମରାମତି କରିବା ସହିତ ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଶ୍ରୀ ବରାଳ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ