୬ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ବେଲଗୁଣ୍ଠା ପ୍ରେସ କ୍ଳବ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):କରୋନା ମହାମାରୀ ସାଂପ୍ରତୀକ ସ୍ଥିତିରେ ସମଗ୍ର ବିଶ୍ୱ ସମୁଦାୟ ପାଇଁ ଏକ ବଡ ଆହ୍ୱାନ ।ବର୍ତମାନ ପରିସ୍ଥିତିରେ ସମାଜରେ କରୋନା ବିରୁଦ୍ଧରେ ଲଢ଼େଇ ଜାରିରହିଛି ।ଜନସାଧାରଣଙ୍କ ସୁରକ୍ଷା ତଥା କରୋନା କବଳରୁ ରକ୍ଷା କରିବା ପାଇଁ ସଜାଗ ରହିଛନ୍ତି ପୋଲିସ ଏବଂ ପ୍ରଶାସନ ।ସେମାନେ ଦିନରାତି ପରିଶ୍ରମ କରି ଲୋକମାନଙ୍କୁ ସଚେତନ କରାଇବାରେ ପ୍ରଶାସନର ଭୁମିକା ଉଲ୍ଲେଖନୀୟ ।ଅମାନିଆଙ୍କୁ ସାବାଡ୍ କରିବା,ନିଜେ ବାହାରେ ରହି ଘରେ ରହିବା ପାଇଁ ଲୋକଙ୍କୁ ସଚେତନ କରିବା ଏବଂ ବର୍ତ୍ତମାନ ପରିସ୍ଥିତିରେ ପ୍ରବାସୀ ଓଡ଼ିଆ ମାନଙ୍କୁ ନିରାପଦରେ କ୍ୱରେଣ୍ଟାଇନରେ ଥଇଥାନ କରିବା ଆଦି କାର୍ଯ୍ୟରେ ପୋଲିସ ତଥା ପ୍ରଶାସନ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ଅଞ୍ଚଳର ୬ ଜଣ ପୋଲିସ ଓ ପ୍ରଶାସନିକ ଅଧିକାରୀ ତଥା କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ଓ ରମେଶ ଚନ୍ଦ୍ର ବେହେରା, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ଗାଙ୍ଗପୁର ଥାନା ପ୍ରୋବେସନାଲ୍ ଡି.ଏସ୍.ପି ସଞ୍ଜୟ କୁମାର ମହାପାତ୍ର, ଥାନଧିକାରୀ ଧିରେଶ କୁମାର ଦାସ ଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ କ୍ଳବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ସେମାନଙ୍କ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧିତ କରିଥିଲେ ।ଏହି ଅବସରରେ କ୍ଳବର ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ,ରାଜେଶ କୁମାର ପଣ୍ଡା,ସୁରେଶ କୁମାର ସୁବୁଦ୍ଧି,ସନ୍ତୋଷ କୁମାର ବିଷୋୟୀ,ଚନ୍ଦନ କୁମାର ସାହୁ,ସୁଶାନ୍ତ କୁମାର ବେହରା,ଅକ୍ଷୟ ଶତପଥୀ,ସରୋଜ ଶତପଥୀ, ଦିପକ କୁମାର ପଣ୍ଡା, ବାଳକୃଷ୍ଣ ପାତ୍ର, ଶିବରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ