୮ଫୁଟିଆ ଅଜଗର ଉଦ୍ଧାର

ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର କୋଲାନିରୁ ଏକ ୮ଫୁଟିଆ ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଞ୍ଚଳର ସାପ ଧରାଳି । ସନ୍ତୋଷ ବାଘ ନାମକ ଜଣେ ବ୍ୟକ୍ତିଙ୍କ ଘର ଆଗରେ ଏହି ସାପଟି ବୁଲୁଥିବା ବେଳେ ସାପଟିକୁ ଦେଖି ସ୍ଥାନୀୟ ସାପ ଧରାଳି ମାଧବ କୁସପାରିଆଙ୍କୁ ସୂଚନା ଦେଇଥିଲେ । ସେଠାରେ ଯଥା ଶୀଘ୍ର ମାଧବ ପହଞ୍ଚି ସାପଟିକୁ ଧରି ଜଙ୍ଗଲ ଭିତରେ ଛାଡି ଦେଇଥିଲେ । ଗ୍ରୀଷ୍ମ ପ୍ରବାହରେ ତାତି ବଡିବା ଯୋଗୁଁ ସାପ ମାନେ ମାଟି ବିଳାରେ ରହିବା ପରିବର୍ତେ ବାହାରକୁ ଚାଲିଗଲା ଆସୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହଉଥିବ ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ