୮ବର୍ଷର କେନ୍ଦ୍ର ସରକାର ଦେଶରେ ଦ୍ରୁତ ବିକାଶକୁ ଆପଣେଇଛନ୍ତି : ବିଜେପି

ବାଲେଶ୍ୱର, (ସରୋଜ ପଣ୍ଡା) :କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରୀୟ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦଳୀୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାରଙ୍କ ୮ ବର୍ଷ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ଦେଶରେ ଏବେ ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ଅନନ୍ତ ଯାତ୍ରା ଜାରି ରହିଥିବା ସେ କହିଥିଲେ । ବିଗତ ୮ବର୍ଷ ଯାତ୍ରାରେ ଦେଶ ବିକାଶରେ ଶୀର୍ଷକୁ ଛୁଇଁବାକୁ ଯାଉଛି । ଗରିବ ସଂଖ୍ୟା ହ୍ରାସ ପାଇବା ସହ ମୁଣ୍ଡପିଛା ଆୟ ବଢ଼ିଛି । ବିଦେଶୀ ମୁଦ୍ରା ଭଣ୍ଡାର ୩୦୦ ଆରବ ଡଲାରରୁ ୬୦୦ ଆରବ ଡଲାରକୁ ବୃଦ୍ଧି ପାଇଛି । ୨୦୧୪ ମସିହା ର୍ପ୍ୟନ୍ତ ଦେଶରେ ମାତ୍ର ୬.୩୭ ଲକ୍ଷ ପ୍ରାଇମେରୀ ବିଦ୍ୟାଳୟ ଥିବାବେଳେ ଗତ ୮ ବର୍ଷରେ ଆହୁରି ୬.୫୩ ଲକ୍ଷ ସ୍ଥାପନ ହୋଇଛି । ସାକ୍ଷରତା ହାର ୬୯ରୁ ୭୫ ପ୍ରତିଶତକୁ ବୃଦ୍ଧ ପାଇଛିି । ୮ ବର୍ଷ ମଧ୍ୟରେ ୧୭୦ଟି ନୂତନ ମେଡିକାଲ କଲେଜ ଏବଂ ୧୫ଟି ନୁତନ ଏମ୍ସ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଓଡିଶାରେ ପୁରୀ, ବାରିଦା, ସୁନ୍ଦରଗଡ, ବଲାଙ୍ଗୀର, କୋରାପୁଟ, ତାଳଚେର ଏବଂ ବାଲେଶ୍ୱରରେ ଏମ୍ସ ମେଡିକାଲ ଶାଖା ପ୍ରତିଷ୍ଠା ହୋଇଛି । ସେହିଭଳି ଗମନାଗମନ ପାଇଁ ୩.୨୫ ଲକ୍ଷ କିଲୋମିଟରର ନୂତନ ରାଜପଥ ନିର୍ମାଣର ସ୍ୱୀକୃତି ମିଳିିଛି । ୨୦୧୩-୧୪ ରେ ଦିନକୁ ୧୨ କିମି ନିର୍ମାଣ ହେଉଥିବାବେଳେ ସମ୍ପ୍ରତି ଏହା ୩୭ କିମିକୁ ବୃଦ୍ଧି ପାଇଛି । ଓଡ଼ିଶାରେ ୫୮୯୭ କିମିର ନୂତନ ରାଜଥ ନିର୍ମାଣ ହୋଇଥିବା ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଦେଶର ସବୁକ୍ଷେତ୍ରରେ ବିକାଶ ଧାରା ବୋହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲା ସଭାପତି ଉମାକାନ୍ତ ମହ।।ତ୍ର, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ଦଳର ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ରଙ୍କ ସମେତ ଶ୍ରୀନିବାସ ପ୍ରଧାନ, ଅଂଶୁମାନ ମହାନ୍ତି, ରାକେଶ ମଲିକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ