୮ ମାସ ପରେ ହିତାଧିକାରୀ ପାଇଲେ ପୃଷ୍ଟିକର ଖାଦ୍ୟ

ଛତ୍ରପୁର, (ଦେବଦତ୍ତ ମହାରଣା):ଅଙ୍ଗନାବାଡି କେନ୍ଦ୍ରରେ ପିଲାଙ୍କୁ ପୃଷ୍ଟିକାର ଖାଦ୍ୟ ବଂଚିତ ଓ ହିତାଧିକାରୀକୁ ମଧ୍ୟ ପୃଷ୍ଟିକର ଖାଦ୍ୟ ବଂଚିତ ଘଟଣାରେ ଆଜି ତାର ପୂର୍ଣ୍ଣଛେଦ ପଡିଛି । ଦିର୍ଘ ୮ ମାସ ପରେ ଗୁରୁବାର ହିତାଧିକାରୀ ଙ୍କୁ ପୃଷ୍ଟିକର ଖାଦ୍ୟ ବଂଟନ ହୋଇଛି । ଛତ୍ରପୁର ଏନଏସିର ୧୧ ନଂ ୱାର୍ଡ ଗୋପବନ୍ଧୁନଗରରେ ଥିବା ଅଙ୍ଗନାବାଡି କେନ୍ଦ୍ରରେ ଆଜି ହିତାଧିକାରୀ ଙ୍କୁ ଅଣ୍ଡା ମିଳିଛି । ସ୍ଥାନୀୟ କାଉନସିଲର ସନ୍ତୋଷି ସେଠୀ,ଉପଧ୍ୟକ୍ଷ ଜି.ପାପା ରାଓ, ସିଡିପିଓ ପ୍ରଣମିତା ପଣ୍ଡା ଉପସ୍ଥିତିରେ ଅଙ୍ଗନାବାଡିକର୍ମୀ ଜଣକ ଏକ ମାସର ଅଣ୍ଡା ବଂଟନ କରିଥିଲେ । ସୂଚନା ଥାଉକି ଛତ୍ରପୁର ଏନଏସିର ୧୧ ନଂ ୱାର୍ଡ ଗୋପବନ୍ଧୁନଗରରେ ଥିବା ଅଙ୍ଗନାବାଡି କେନ୍ଦ୍ରରେ ଦିନେ ନୁହେ କି ଦୁଇ ଦିନ ନୁହେଁ ଦିର୍ଘ ୮ମାସ ହେଲାଣି ଅଙ୍ଗନାବାଡିକେନ୍ଦ୍ରରେ କୋମଳମତି ପିଲାଙ୍କୁ ମିଳୁନାହିଁ ରନ୍ଧା ଖାଦ୍ୟ, ଅଣ୍ଡା ମିଳୁନଥିଲା କେବଳ ପିଲାଙ୍କୁ ନୁହେଁ ଗର୍ଭବତୀ ମହିଳା , ଜନ୍ମରୁ ୬ ବର୍ଷ ଶିଶୁ ,ପ୍ରସୂତି ମହିଳାମାନେ ଏହି ସବୁ ଯୋଜନାରୁ ବଚିଂତ ହେଉଥିଲେ । ଏନେଇ ବାରମ୍ବାର ସ୍ଥାନୀୟ କାଉନସିଲର ସନ୍ତୋଷି ସେଠୀ ଛତ୍ରପୁର ଉପଜିଲାପାଳ,ଜିଲା ସମାଜ ମଙ୍ଗଳ ଅଧିକାରୀ ,ସିଡିପିଓଙ୍କୁ ବାରମ୍ବାର ଅବଗତ କରିବା ପରେ ସିଡିପିଓ ଏହି ଘଟଣାର ତଦନ୍ତ କରି ଫେରିଥିଲେ । ଅଙ୍ଗନାବାଡିକର୍ମୀ ଓ ସ୍ଥାନୀୟ କାଉନସିଲର ଉପସ୍ଥିତିରେ ଏହାର କିପରି ସମାଧାନ ହେବ ସେନେଇ ଏକ ଆଲୋଚନା କରିଥିଲେ । କାଉନସିଲର କହିବା ମୁତାବକ ଅଙ୍ଗନାବାଡିକର୍ମୀ ଓ କାଉନସିଲରଙ୍କ ଯୁଗ୍ମ ବ୍ୟାଙ୍କ ଖାତା ରହିଛି । ଖାତାକୁ ପ୍ରତି ହିତାଧିକାରୀଙ୍କ ହିସାବରେ ସରକାରଙ୍କ ପକ୍ଷରୁ ଟଙ୍କା ପ୍ରଦାନ କରାଯାଇଥାଏ । ମାତ୍ର କେତେ ସଂଖ୍ୟକ ପିଲାମାନେ ପଢୁଛନ୍ତି ଏବଂ କେତେ ସଂଖ୍ୟକ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସାମଗ୍ରୀ କେତେ ଜଣ ନେଉଛନ୍ତି ଏନେଇ କର୍ମୀଙ୍କୁ ତଥ୍ୟ ମାଗିଲେ କୁଣ୍ଠାବୋଧ କରୁଥିଲେ ଅଙ୍ଗନାବାଡିକର୍ମୀ ବୋଲି କହିଥିଲେ । ଏପରିକି ଉପସ୍ଥାନ ଖାତା,ମାତୃ କମିଟି ଅଛିକି ନାହିଁ ପଚାରିଲେ କର୍ମୀଜଣକ ବିରକ୍ତି ହେଉଥିବା କହିଥିଲେ, ମୋତେ ଅଙ୍ଗନାବାଡିକର୍ମୀଜଣକ ସଠିକ ତଥ୍ୟ ଦେଉନଥିବାରୁ କିପରି ବ୍ୟାଙ୍କ ଖାତାରେ ଟଙ୍କା ଉଠାଇବାପାଇଁ ଦସ୍ତଖତ ଦେବି ବୋଲି କହିଥିଲେ । ଶେଷରେ କାଉନସିଲଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ସିଡିପିଓ ପ୍ରତିସୃତି ଦେବାପରେ ଏହି ଘଟଣାର ର୍ପୂଛେଦ ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ