୯ଟି ଲ୍ୟାମ୍ପରେ ଧାନ ମଣ୍ଡି ଶୁଭ ଉଦଘାଟିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ବିଳମ୍ବରେ ହେଲେ ମଧ୍ୟ ସୋମବାର ଦିନ ମୟୂରଭଂଜ ଜିଲ୍ଲାରେ ବିଭିନ୍ନ ଲ୍ୟାମ୍ପରେ ଧାନ ମଣ୍ଡିର ଶୁଭ ଉଦଘାଟିତ ହୋଇଯାଇଛି । ପ୍ରାରମ୍ଭରେ ମୟୁରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ବାରିପଦାରେ ଧାନମଣ୍ଡି ଶୁଭ ଉଦଘାଟନ କରିଥିବାବେଳେ ପରେ ପରେ ବାମନଘାଟୀ ଉପଜିଲ୍ଲାପାଳ ସରୋଜ ଦାସଙ୍କ କର କମଳରେ ରାଇରଙ୍ଗପୁର ଲେମ୍ପରେ ଶୁଭ ଉଦଘାଟିତ ହୋଇଯାଇଛି । ରାଇରଙ୍ଗପୁରରେ ଉପ ଜିଲ୍ଲାପାଳ ସରୋଜ ଦାସ ଫିତାକାଟି ନଡିଆ ଫଟାଇ ମଣ୍ଡିର ଶୁଭ ଉଦଘାଟନ କରିଥିଲେ । ତାଙ୍କ ସହିତ ଅତିରିକ୍ତ ଯୋଗାଣବିଭାଗ ଅଧିକାରୀ ସାରଙ୍ଗଧର ବେହେରା, ସହକାରୀ ନିବନ୍ଧକ ସୀମା ମୁର୍ମୁ, ଉପସହକାରୀନିବନ୍ଧକ ରାମଚନ୍ଦ୍ର ବିଶ୍ୱାଳ, ରାଇରଙ୍ଗପୁର ଲେମ୍ପର ଏମଡି ଲୋପାମୁଦ୍ରା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ରାଇରଙ୍ଗପୁର ଉପଜିଲ୍ଲାପାଳ ପ୍ରଥମେ ବାମନଘାଟୀ ଉପଖଣ୍ଡର ଉପଜିଲ୍ଲାପାଳ ସରୋଜ ଦାସ ସମସ୍ତ ଅନ୍ନଦାତା ଓ ତାଙ୍କ ପରିବାରକୁ ଇଂରାଜୀ ନବ ବର୍ଷ ଓ ମକରପର୍ବ ଉଦେଶ୍ୟରେ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ଚାଷୀଙ୍କ ଉଦେଶ୍ୟରେ କହିଥିଲେ ଚାଷୀ ହେଉଛନ୍ତି ଦେଶର ମେରୁଦଣ୍ଡ ।ଚାଷୀ ହସିଲେ ଦେଶ ହସିବ । ଏଥିପାଇଁ କୃଷକ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ବହୁ ଉନଯନ ମୂଳକ ଯୋଜନା ପ୍ରଣୟନ କରିଛନ୍ତି । ତାପରେ ଧାନ ମଣ୍ଡି ଉପରେ ସମସ୍ତେ ସରକାରଙ୍କ କୋଭିଡ ଗାଇଡଲାଇନ ମାନିକି କାମକରିବା ସହ ଧାନ ବିପଣନ କେନ୍ଦ୍ରର ଗାଇଡ ଲାଇନ ଅନୁସାରେ ଏମଡିଙ୍କ ପରାମର୍ଶ ଅନଯାୟୀ ଏଫଏକ୍ବି ମାନ ଅନୁସାରେ ଧାନ ଆଣିପାରିବେ । ଟୋକନ ଅନୁସାରେ ଗୋଟାଏ ଟୋକନରେ ଯେତିକି ଅନୁମତି ମିଳିଥିବ ସେତିକ ଏକାଥରକେ ଆଣିବେ । ମାସକ ଭିତରେ ଆଣିବେ ।ଦିନ ୨ଟା ପୂର୍ବରୁ ଧାନ ମଣ୍ଡିରେ ପହଞ୍ଚାଇବେ ।ଧାନ ଟୋକନରୁ କମ ଆଣିଲେ ବାକିତ ଆଉ ଏଡଜଷ୍ଟ କରାଯିବ ନାହି ।ସରକାରଙ୍କ ନିୟମ ଅନୁସାରେ ସାଧାରଣ ଧାନ ୧୯୪୦ ଟଙ୍କା ହୋଇଥିବାବେଳେ ଗ୍ରେଡ ‘ଏ’ ଧାନ ୧୯୬୦ ଟଙ୍କା ରେ ସରକାର ବିକ୍ରି ଧାର୍ଯ୍ୟ କରିଛନ୍ତି । ଧାନ ବିକ୍ରୟ କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ରଖିବା ପାଇଁ କହିଥିଲେ । କିଛି ଅସୁବିଧା ହେଲେ ବିଭାଗୀୟ ଅଧୀକାରୀଙ୍କୁ ଜଣାଇବେ । କାର୍ଯ୍ୟକ୍ରମରେ ଵହୁ ପଂଜୀକୃତ ଚାଷୀ ଉପସ୍ଥିତ ଥିଲେ । ଶେଷରେ କାଯ୍ୟକ୍ରମରେ ଆରଏମସିର କର୍ମଚାରୀ ଦୀନେଶ ବେହେରା, ସଂଜୀବ ବାରିକ, କୃଷ୍ନ ମହାନ୍ତ, ଆଶୁତୋଷ ମହାନ୍ତ, ଈନ୍ଦ୍ରଜିତ ବାରି, ରୂପାଲି ମହାନ୍ତ ପ୍ରମୁଖ ପରିଚାଳନାରେ ସହଯଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ