ବନଖଣ୍ଡ କାର୍ଯ୍ୟ।ଳୟ ପରିସରରେ ପକ୍ଷୀ ଗଣନା ତାଲିମ ଶିବିର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଶୀତୁଆ ପାଗ । ବାମଘାଟୀ ଉପଖଣ୍ଡର ବିଭିନ୍ନ ଜଳାଶୟକୁ ବହୁ ଜାତି ରଜାତିର ପକ୍ଷୀ ଛୁଟି ଆସନ୍ତି । ଏହାକୁ ନେଇ ଵନବିଭାଗ ତରଫରୁ ରାଇରଙ୍ଗପୁର ବନାଞ୍ଚଳ ସମ୍ମିଳନୀ କକ୍ଷରେ ବିଭିନ୍ନ ରେଞ୍ଜର, ବନରଖୀ, ବନପାଳ, ଗାର୍ଡ, ବନ ସୁରକ୍ଷା ସମିତି, ଜଗୁଆଳୀଙ୍କ ପାଇଁ ପକ୍ଷୀ ଗଣନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଡିଏଫଓ ନଳିନୀକାନ୍ତ ବେହେରା ଏହାର ଶୁଭ ଉଦଘାଟନ କରିଥିଲେ । ପକ୍ଷୀ ଗଣନା ସମ୍ବନ୍ଧରେ ବରିଷ୍ଠ ଫରେଷ୍ଟର ସତ୍ୟବ୍ରତ ପଟନାୟକ ଉପସ୍ଥିତ ବନ ବିଭାଗର‌ସମସ୍ତ କର୍ମଚାରୀଙ୍କୁ ବିଷଦଭାବରେ ସୂଚାଇଥିଲେ । ବନ୍ୟପ୍ରାଣୀ, ଜୈବ ବିବିଧକ ସଂରକ୍ଷଣ ରିସର୍ଚ ସ୍କଲାର ଗୋଲକ ବେହେରା ପକ୍ଷୀ ଗଣନା ସମ୍ବନ୍ଧରେ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ୧୮ ଟି ଜଳାଶୟ ମଧ୍ୟରୁ ୧୩ଟି ଜଳାଶୟର ପକ୍ଷୀ ଗଣନା କରାଯିବ । ଗତବର୍ଷ ଅଠର ହଜାର ପାଞ୍ଚ ଶହ ପଞ୍ଚାନବେ (୧୮,୫୯୫) ଟିପକ୍ଷୀ ଗଣନା ହୋଇଥିବାବେଳେ ସେଥିମଧ୍ୟରୁ ୩୪୦ ଟି ପ୍ରଜାତି ପକ୍ଷୀ ଥିଲେ ।ଗଣନା ପାଇଁ ୧୩ ୟୂନିଟ କରାଯାଇଥିବାବେଳେ ଗୋଟାଏ ୟୂନିଟରେ ୫ ଜଣ ବନ ବିଭାଗର କର୍ମଚାରୀ ସାମିଲ ହେବେ ।ରାଇରଙ୍ଗପୁର ବନଖଣ୍ଡ କାର‌୍ୟ୍ୟାଳୟ ଅଧିନସ୍ଥ ବହଳଦା, ରାଇରଙ୍ଗପୁର, ବାଦାମପାହାଡ, ମଣଦା ର ୪ଟି ରେଞ୍ଜ ଅଧିନସ୍ଥ ଜଳାଶୟରେ ଆସନ୍ତା ୫ ତାରିଖ କେବଳ ଗୋଟିଏ ଦିନରେ ପକ୍ଷୀ ଗଣନା ହେବ ହୋଲି ବରିଷ୍ଠ ଫରେଷ୍ଟର ସତ୍ୟବ୍ରତ ପଟନାୟକ ଗଣମାଧ୍ୟମକୁ ସୂଚାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ