ଜିଲ୍ଲାପାଳଙ୍କ ଦ୍ବାରା ବାମନଘାଟୀ ଉପଜିଲ୍ଲାପାଳଙ୍କ ନବ ନିର୍ମିତ ଅଫିସ ଗୃହ ଉଦଘାଟିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ ଉପଜିଲ୍ଲାପାଳଙ୍କ ଅଫିସ ଗୃହ ସୋମବାର ଦିନ ମୟୂରଭଂଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ଉନ୍ନୟନ ପ୍ରଶାସକ ଭବେଶ କୁମାର ନାୟକ, ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


